Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debjani Sathua

Drama Romance Fantasy

4  

Debjani Sathua

Drama Romance Fantasy

ଆମ ସ୍ୱପ୍ନର ପରୀ

ଆମ ସ୍ୱପ୍ନର ପରୀ

1 min
113


ସତେ କେତେ ତପସ୍ୟାର ଫଳ ଆମ କୁନି ପରୀ ,


ଜଗନ୍ନାଥଙ୍କ ଆଶୀର୍ବାଦର ଜୀବନ୍ତ ସ୍ୱରୂପ ପରି ।


ଏଇ ଅନନ୍ୟ ସମ୍ପତ୍ତିର ହୋଇ କେ ପାରିବ ସରି !


ଆସିଛି କେତେ ଭବିଷ୍ୟ ସପନେ ବନ୍ଧା ଗଣ୍ଠିଲି ଧରି


ବିଚ୍ଛୁରିତ ମୋତିର ମାଳା ଗୁନ୍ଥିବା ଇଛା ଅସୁମାରି ,


ଦେଖାଇଛି ଆଗାମୀ ପଥକୁ ଆମ ସଳଖ କରି ।


ଚାଲିବ ସମ୍ମୁଖେ ଆମର ନିର୍ଣ୍ଣାୟକ ପତାକା ଧରି ,


 ନେବା ଶିଖାଇବ ନିଷ୍ପତ୍ତି ପରିପକ୍ୱତାକୁ ଭିତ୍ତି କରି।


ମାଡିଯିବାକୁ ସଂସାର ଝଡଝଞ୍ଜାକୁ ତିଳେ ନ ଡରି,


ଥାପିବା ପାଦ ଉଦ୍ଦାମ ମନର ଲଗାମକୁ ଭିଡି ଧରି ,


ହସ ଜୋତ୍ସ୍ନାରେ ଭିଜେଇ ସଙ୍ଗେ ବଢୁଥିବ ପରୀ ।


ମାତା ହୋଇ ସ୍ୱୟଂ ସମ୍ପୂର୍ଣ୍ଣା ହୁଏ ଯେ ନାରୀ ,


ଢାଳିଛନ୍ତି ଆଶିଷ ପ୍ରଭୁ ଦୁହିତା ରୂପେ ଆମରି ।


ନିଶ୍ଚେ ହୋଇବ ଦିନେ ଆମ ପ୍ରିୟ ବାନ୍ଧବୀ ପରି ।


ଜ୍ଞାନ ଗୁଣ ସ୍ୱାସ୍ଥ୍ୟ ସଂସ୍କାରେ ସେ ଧନକୁ ତିଆରି , 


ସୁନ୍ଦର ସୁଖମୟ ଜୀବନ ଦେବାର ସଂକଳ୍ପ କରି ,


ଗଢି ତୋଳିବୁ ପରୀକୁ ମାନବିକତାରେ ଉତ୍ତାରି ।


ଆନ୍ତରିକ ଆନନ୍ଦେ ସ୍ୱୀକାର୍ଯ୍ୟ ତୁମ ଆଶିଷ ଶ୍ରୀ ହରି ।



Rate this content
Log in

Similar oriya poem from Drama