Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balaram Barik

Fantasy

4  

Balaram Barik

Fantasy

ଆପ୍ ଙ୍କ ଏ ଦୁନିଆ ....

ଆପ୍ ଙ୍କ ଏ ଦୁନିଆ ....

1 min
432



"""ଯେବେଠୁ ବିଶ୍ୱ ଆସିଛି ସଫ୍ଟଓୟାରର ନିୟନ୍ତ୍ରଣରେ 

ମଣିଷ ଯେମିତି କଣ୍ଡେଇ ସାଜିଛି ସୁବିଧା ନାଁରେ।

ସୟନ ସପନ ଜାଗରଣ ସବୁଠି ତାର କବ୍ଜା।

ପଢିବା, ଖେଳିବା ,ନାଚିବା ଗାଇବା,ହସିବା ,ହସାଇବା

ସବୁ କିଛି ହୁଏ ଏହି ରଙ୍ଗୀନ ଆପ୍ ଗୁଡ଼ିକରେ।

ଛୁଇଁ ଦେଲେ ପାଖୁଡା ପାଖୁଡା ପରି ଦେଖିହୁଏ ତାଙ୍କୁ...

ଉପଯୋଗ କରିହୁଏ ଉପାଦେୟତା ଯେତେ ଅଛି।

ରଙ୍ଗ,ଶବ୍ଦ,ଦୃଶ୍ୟ ସବୁ ଯେମିତି ବିଶ୍ୱକର୍ମାଙ୍କ ସୃଷ୍ଟି ଭଳି।

ଭୋକ ହେଲେ ଆପ୍ ଶୋଷ ହେଲେ ଆପ୍ 

ରୋଗ ହେଲେ ଆପ୍ ଅଵଶୋଷ ଆସିଲେ ବି ଆପ୍

ସେ ହିଁ ଆମକୁ ଦେଖାଇ ଥାଏ ନୂଆ ନୂଆ ରାହା ବଞ୍ଚିବାର।

ଭିଡ଼ିଓ, ଅଡ଼ିଓ ଚାଟ୍ ଯେତେ ହୁଏ ସମ୍ଭବ ପୁଣି

ଘରେ ବସି ବସି ଆମେ ଜଗତେ ଦେଉ ଜ୍ଞାନ ମଞ୍ଜି ବୁଣି।

ଆଉ ସେଦିନ ବେଶୀ ଦୂର ନାହିଁ ଆପ୍ ଆମକୁ 

ଏତେ ଆପଣାର କରିନେବ ଆମେ ନିଜକୁ ଭୁଲିଯିବା।

ବାସ୍ନା ସୃଷ୍ଟିକାରୀ ଆପ୍ ର ଗୋଲାମ ସାଜିଯିବା 

ଅମିଠା ଅପ୍ରାକୃତିକ ସୁଖ ଲଡୁ ଖାଇବାରେ ।



Rate this content
Log in

Similar oriya poem from Fantasy