Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Abstract

4  

Tikeshwar Sahu

Abstract

ଆଶା

ଆଶା

1 min
269



ଆଶା ମୋ ଅସୁମାରୀ ଆହେ ବ୍ରଜବିହାରୀ

ତୁମରି ଇଚ୍ଛା ହେଉ ପୂର୍ଣ୍ଣ,

ତୁମେ ତ ଇଚ୍ଛାମୟ ବ୍ରହ୍ମ ଆନନ୍ଦମୟ

ମୋହରି ଇଚ୍ଛା ହେଉ କ୍ଷୁର୍ଣ୍ଣ,

ହେ ‐‐ ମୋ ଜୀବ ଜୀବନ ତୁହି,

ହର ମୋ ଇଚ୍ଛା ସବୁ ଇଚ୍ଛା ହର ଏ ଭବୁ

ତୁମେ ଯେ ଭକ୍ତ ଭାବଗ୍ରାହୀ |୧|

ଲୋଭ ମାୟା ସମସ୍ତ କରଇ ଅସ୍ତବ୍ୟସ୍ତ

ଜୀବନ କରେ ଛାରଖାର,

ବୁଝି ନ ପାରେ ମନ ଖାଲି ଲୋଡ଼ଇ ଧନ

ଭକତି ଧନେ ହତାଦର,

ହେ ‐‐ ଭକତି ସାଗର ସହୀ,

ନିଅ ମୋ ହୃଦ ବାହି ପ୍ରାଣ ଦାୟକ ବିହୀ

ତୁମ ଇଚ୍ଛାରେ ଚଳୁ ମହୀ |୨|

ହୃଦୟ ସଞ୍ଚାଳକ ସାରା ବିଶ୍ବ ପାଳକ

ସବୁରି ହୃଦେ କର ବାସ,

ଅନ୍ତର ଆତ୍ମା ରହି ମୋହରେ ଭାବ ବହି

ସମସ୍ତ ଇଚ୍ଛା କର ନାଶ,

ହେ ଇଚ୍ଛା କାରଣ ଅନ୍ତର୍ଯ୍ଯାମୀ,

ଭବତାରଣ ପ୍ରଭୁ ଇଚ୍ଛା ନିଅ ଏ ଭବୁ

ନିର୍ଲୋଭ ଭାବ ଦିଅ ତୁହି |୩|


Rate this content
Log in

Similar oriya poem from Abstract