Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Children Stories

3  

Tikeshwar Sahu

Children Stories

ହସ ଚାଙ୍ଗୁଡ଼ି

ହସ ଚାଙ୍ଗୁଡ଼ି

1 min
160



ବୁଢ଼ାବୁଢ଼ୀ ଥିଲେ ଯୋଡ଼ିଏ ,ପିଲାପିଲି ଥିଲେ କୋଡ଼ିଏ ।

କହିଲରେ ପିଲେ ,ଆମେ ମିଶି ହେଲେ କେତେ ?

ପ୍ରଥମ ପିଲାଟି ଜୋରେ ହାତ ଟେକି କହିଲା, ଆମେ ପରା ଅଟୁ ଚାରି ।

ଅଜା ପଚାରିଲେ କେମିତି ?

ପିଲାଟି କହିଲା , ଯୋଡ଼ିଏ କୋଡ଼ିଏ ମିଶି ସିନା ହୁଏ ବାଇଶି,

କିନ୍ତୁ ବାଇଶିର ଦୁଇ ଦୁଇ ମିଶି ଚାରି ,ଆମେ ବସିଅଛୁ ଚକାପାରି ।

ଅନ୍ଯ ପିଲାଟିଏ କହିଲା ,ଆରେ ବୋକା ! ଏମିତି ଗଣନା ହୁଏ କାହିଁ ? 

ଯୋଡ଼ିଏ କୋଡ଼ିଏରୁ ଏ କାଟିଦେଇ ଯୋଡ଼ି ହେଲାପରା ଦୁଇ ,କୋଡ଼ି ହେଲା ପରା ଏକ ।

ସବୁ ମିଶିକରି ହେଲା ତିନି ।

ଠିକ୍ କହିଲୁରେ ବାଇଆ,

ମୁଁ ଭାବୁଥିଲି ସେଇୟା ।

ତୃତୀୟ ପିଲାଟି ଆଗେ ମାଡ଼ି ଆସି ଅଙ୍କ କଷି ଦେଲା ସିଲେଟରେ ,

ଯୋଡ଼ିଏକୁ ୨ ,କୋଡ଼ିଏକୁ ୨୦ ,

ମିଶେଇ କହିଲା ୨୨୦ ହେଲ ସଭିଏଁ ।

ବାଃ ! ରେ ପଣ୍ଡିତ ,ଏମିତି ଗଣନା ଶିଖେଇଲା ପରା ତୋତେ କିଏ ?

ଅଙ୍କ ସଂଖ୍ୟା ଥୁଆ ଏମିତି କେବେ କି ହୁଏ ?

ଅଜା ବୁଝାଇଲେ ଯୋଗ ଶିଖା

ସିଲେଟରେ ଖଡ଼ି ହେଲା ଯୋଖା ।

ଦୁଇ ଓ କୋଡ଼ିଏ ଅଙ୍କକୁ ଲେଖା

ଅଜା ଦେଖାଇଲେ ମିଶାଣ ଶିଖା ।

ହସ ଚାଙ୍ଗୁଡ଼ିରୁ ଫୁଲକୁ ନେଇ,

ଗୋଟି ଗୋଟିକରି ରଖିଲେ ଥୋଇ ।

ମିଶାଣ ପାଠକୁ ଶିଖିଲେ ପିଲେ ,

ହସରେ ହସରେ ଗଡ଼ି ସେ ଗଲେ ।

ଆଉ ହସକଥା କୁହଗୋ ଅଜା,

କୋଡ଼ିଏ ଦୁଇର ମିଶାଣ ଖଜା ।



Rate this content
Log in