Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapaswini DashSarangi

Abstract Fantasy Others

3  

Tapaswini DashSarangi

Abstract Fantasy Others

ଅଭିଯୋଗ

ଅଭିଯୋଗ

1 min
385


ଅଭିଯୋଗ କଣ ବା କରିବି

କାହା ଆଗରେ କି କାହା ପାଇଁ କରିବି

ଏମିତି ଆଲୁରୁ ବାଲୁରୁ ପ୍ରଶ୍ନ ସବୁ

ନିଦ ସହିତ ପୁଣି ନିଜ ସହିତ

ଝଗଡା କରି କଳିହୁଡି ସାଜି ସାରିଥିଲେ ।

ମନ ବି ଲୁଣା ପାଣିର ଘେରି ଭିତରେ

ମଧୁରତା ସ୍ପର୍ଶ ପାଇଁ ଆକୁଳ ହୋଇ ଯାଉଥିଲେ ।

ଅନାବନା ଭାବନା ଯେବେ ପରଳ ଭିତରୁ 

ଝାଡିଝୁଡି ହୋଇ

ବାସ୍ତବ ଜଗତକୁ ଫେରିଲେ

ମୁଁ ବି ପ୍ରକୃତିସ୍ଥ ହୋଇସାରିଥିଲି ।


ଓଃ ! ଦେହ ଲାଲ୍ ରଙ୍ଗରେ

ରଙ୍ଗେଇ ହୋଇସାରିଛି

ତା' ସହିତ ଭାରାକ୍ରାନ୍ତ ମୁଣ୍ଡ

କିଛି ଅଭିଯୋଗର ଭାରକୁ ନେଇ

ଅଭିଯୋଗର କାଠଗଡାରେ 

ଠିଆ ହୋଇଛି ।

ଧାରା ଉପରେ ଧାରା ଖୁନ୍ଦି ଖୁନ୍ଦି ଦିଆ ଚାଲିଛି

ଜେରା ପରେ ଜେରା ଏମିତି ଅନେକ। 

ରାୟର ଅପେକ୍ଷା ବ୍ୟଥିତ କରୁଛି ।

ଶୁଣାଣୀ ଆସିଗଲା 

ଅଭିଯୋଗର ଜଉ ଘରେ ନିଜକୁ

ଜୀବନ୍ତ ଦଗ୍ଧ କରିବା ପାଇଁ ।


କେଜାଣି

ଏତେ ସବୁ ଅଭିଯୋଗ

ଦେହରେ ମିଞ୍ଜିବା ପରେ

ଅନ୍ତଃକରଣରେ ହେଜିବା ପରେ

ଏ ଭାବନା ମାନେ କାହିଁକି

ବୁଢିଆଣୀ ଜାଲ ଭିତରେ

ଗୁଡେ଼ଇ ତୁଡେଇ ହୋଇ 

ପୁଣି ସେଇ ଅଭିଯୋଗ ପଛରେ ପଡିଛନ୍ତି

ଏବେ ବି ଏହା ପ୍ରଶ୍ନବାଚୀ ?



Rate this content
Log in

Similar oriya poem from Abstract