ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
କାହିଁକି ନା, ତମେ ଏକ ପରିସରରେ ଆବଦ୍ଧ,
ଫୁଲି ଉଠେ, ହେଲେ... ଚାପିବାକୁ ବାଧ୍ୟ....!
ଆଃ, କି ଯନ୍ତ୍ରଣା, ମନ ଓ ତମେ ଏକାକିନୀ ନା ?
ସ୍ଵତଃ ଆସେ..... ରୋକିବାକୁ ମୁଁ କିଏ ... ??
ଭାବନା,ବିଚାର-ସମାଧାନର ବାଟ ଖୋଜି ବସେ,
ଏହାକି, ବାସ୍ତବରେ ସମ୍ଭବ ? ମଣିଷର ବଶ ?
ସ୍ଵତଃ ପ୍ରବୃତ୍ତ... ତା ମନ, ତା ଇଚ୍ଛା, ଆଘାତ କରିବ,
କ'ଣ ରୋକି ହେବ ଆବେଗ ? ବେଦନା ଘାରିବ....
ଅତୁଟ ପ୍ରେମ ମା ପୁଅକୁ, ସ୍ତ୍ରୀ, ସ୍ଵାମୀର ଛାୟାକୁ,
ଝିଅଟି ବାପର-ସ୍ପନ୍ଦନ,ଏ ବନ୍ଧନ..ବନ୍ଦନ ମାୟାକୁ !
ମୀମାଂସା ନାହିଁ..ଦିଶୁଛି ନିକଟରେ ବିଚ୍ଛେଦ ସୁନିଶ୍ଚିତ,
ଘଟଣା ଘଟିବ, ମୂକସାକ୍ଷୀ ଅବଶ୍ୟ ରହିବ ଉପସ୍ଥିତ...
ନିସ୍ତବ୍ଧ ରେ ଚିତ୍ତ..ନୀରବ, ଗଡିବ ନିରୋଧ ପ୍ରବୃତ୍ତି ଲୁହ...
ଅନାୟତ୍ତ, ବିଭୀଷିକା ଜୀବନ ପାଲଟିବ ଅବ୍ୟକ୍ତ କୋହ !
ବିଧିର ବିଧାନ, ନିୟତିର ଆନ, ନିମିଷକ ଜୀବନ....
ସମ୍ମାନ ସହିତ କର, ଆନନ୍ଦ ଚୈତନ୍ୟର ଆଲିଙ୍ଗନ !