Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Singh Dibakar

Abstract Others

4.4  

Singh Dibakar

Abstract Others

"ଅହିଂସାର ପୂଜାରୀ ହେ ବାପୁଜୀ"

"ଅହିଂସାର ପୂଜାରୀ ହେ ବାପୁଜୀ"

1 min
308



ଦେଶ ମାତୃକାର ହେ ବୀର ସନ୍ତାନ

ତୁମେ ହୃଦେ ଚିର ସ୍ମରଣୀୟ,

ଅହିଂସା ପୂଜାରୀ ଦେଉଛୁ ସମ୍ମାନ

ଗାଇ ତୁମ ନାମ ଜୟ ଜୟ ।


ରଘୁପତି ରାଘବ ରାଜା ରାମ ଯେ

ଗୁଞ୍ଜୁଛି ଆଜି ସାରା ଦେଶରେ,

ବାପୁଜୀ ମହାତ୍ମା ନାମରେ ତୁମକୁ

ପୂଜା କରୁଛନ୍ତି ସାରା ବିଶ୍ବରେ ।


ଧନ୍ୟ ଧନ୍ୟ ତୁମେ ଯୋଗ୍ୟତମ ସୁତ

ଧନ୍ୟ ତୁମ ସେହି ପିତା ମାତା,

ଯାହାଙ୍କ କୋଳରେ ଆବିର୍ଭାବ ହେଲ 

ଯୁଗ ଜନ୍ମା ତୁମେ ଜାତି ପିତା ।


ଜାତିର ଜନକ ମହାନୁ ଭବକ

ମୋହନ ଦାସ କରମ ଚାନ୍ଦ,

ସତ୍ୟ ଅହିଂସାର ପରମ ପୂଜାରୀ

ଝୁରେ ଆଜି ତୁମକୁ ଜଗତ ।


ଛୁଆଁ ଅଛୁଆଁର ଭେଦଭାବ ଭୁଲି

କହିଲ ସବୁ ଧର୍ମ ସମାନ,

ଅନ୍ଧ ବିଶ୍ବାସକୁ ମନରୁ ପାଶୋରି

ମୁକ୍ତିର ଦେଲ ଦିଗ ଦର୍ଶନ ।


ଏକତା ରଜ୍ଜୁରେ ଭାରତ ବାସୀଙ୍କୁ

ବାନ୍ଧି ରଖିଥିଲ ପରା ତୁମେ,

ଅସଂଖ୍ୟ ଜନତା ଯୋଗ ଦେଇଥିଲେ

ଶାନ୍ତି ଯାତ୍ରାର ମହା ସଂଗ୍ରାମେ ।


ଜାଗରଣ କରି ସଂସ୍କାର ଆଣିଲ

ଦେଶ ପ୍ରେମ ଭରି ହୃଦୟରେ,

ଆଇନ୍ ଅମାନ୍ୟ ସତ୍ୟାଗ୍ରହ ଦେଖି

ବିଦେଶୀ ଥରହର ଭୟରେ ।


ବିଦେଶୀ ଦରବ ବର୍ଜନ କରିଲ

କରି ନିଜ ଦେଶୀ ପ୍ରଚଳନ,

ଗୋରା ସିପାହୀଙ୍କ ଲାଠିମାଡ ସହି

ଭୋଗିଲ କେତେ କାରାବରଣ ।


ଅହିଂସା ନୀତିରେ ଫିରିଙ୍ଗି ହଟାଇ

ସ୍ବାଧୀନ କଲ ଦେଶ ମାଆକୁ,

ଜନ ଗଣ ମନ ସଂଗୀତ ଗାଇଲ

ଆକାଶେ ଉଡାଇ ତ୍ରିରଙ୍ଗାକୁ ।


ସ୍ବାଧୀନତା ଆଣି ଚିର ନିଦ୍ରା ଗଲ

ହେ ତୁମେ ସାବରମତୀ ସନ୍ଥ,

ଶିଖାଇ ଦେଇଗଲ ସାରା ବିଶ୍ଵକୁ

ଅହିଂସାର ମହାମନ୍ତ୍ର ପଥ ।


ହେ ସମୟାନୁବର୍ତ୍ତୀ କର୍ତ୍ତବ୍ୟବୋଧ

ସ୍ବଚ୍ଛ ଭାରତର ପ୍ରତିଷ୍ଠାତା,

ଆଜିର ଏଇ ପବିତ୍ର ଜୟନ୍ତୀରେ

କରେ ସମ୍ମାନ ନୁଆଇଁ ମଥା ।



Rate this content
Log in

Similar oriya poem from Abstract