ଅକୁହା
ଅକୁହା
କେତେଯେ ଆଖିପତା ଉଠିବ ପଡୁଥିବ
ତତଲା ପାଣିସବୁ ନିଇତି ଗଡୁଥିବ
ଏ ଯନ୍ତ୍ରଣା ଏ ବେଦନା ସତେକି
ଶେଷ ହେବ
କିଅବା ଓଠ ଡେଇଁ ହୃଦୟ ଛୁଉଁ ଥିବ।।
ଅନ୍ତତଃ ଥରୁଟିଏ ଅନ୍ତର ଭରିଲାନି
ମନର କଥା କେବେ କହିବି ପାରିଲିନି
ମୁଗ୍ଧ ମନମୋର ମୋହରେ ମର୍ମାହତ
ଏ କାୟା କଳ୍ପନା ରେ ଅନେକ ଯେ ଅତୀତ।।
ବଦଳି ଗଲାବେଳେ ସମ୍ପର୍କ ଆପଣାର
ଅନନ୍ତ ଆକାଶରେ ଅନ୍ତ ଖୋଜିବାର
ଚେଷ୍ଟା ସରେନାହିଁ ନିଜକୁ ଖୋଜିବାର
ଅବୁଝା ରହିଯାଏ ତମାମ ଆୟୁଷର।।
ଦିବସ ରଜନୀର ମାସର ବରଷର
ସମୟ ଜୀଏଁଖାଲି ବଦଳ ଶରୀରର
ଆତ୍ମା ପରମାତ୍ମା ବୁଝେନି ଏ ସଂସାର
ତଥାପି ଭେଟୁଥାଏ ବାଟରେ ବାରବାର।।
ରାସ୍ତାରେ ଚାଲୁଚାଲୁ ଝୁଣ୍ଟିଛି ଯେତେବେଳେ
ମନମୋ ଖୋଜିଉଠେ ଜାବୁଡି ଧରିବାରେ
ହୁଅନ୍ତା କେହିଜଣେ ସାଥି ଏ ଜାତ୍ରାରେ
କଟିଯାଆନ୍ତା ଜୀବ ଆୟୂଷ ଶେଷଧାରେ।।