ଅନ୍ଧ ଦୁନିଆ
ଅନ୍ଧ ଦୁନିଆ
ମନ, ହୃଦୟରେ ଆବିଳତା ଯାର
ସ୍ୱାର୍ଥ ଚିର ସହଚର,
ନିଜେ ନିଜ ଶବ୍ଦ ବୁଝେନା ସେ କାର
ଶ୍ରଦ୍ଧା, ମମତା ବିଚାର ll
ବାଲି ଗୋରଡା ରେ ମୋତି କି ଖୋଜିଲେ
ଖାଲି ଦୁଃଖ ଯାହା ମିଳେ,
ଅଭାବୀ ମନ ରେ ଶ୍ରଦ୍ଧା ପରଷିଲେ
ଭାବ କି ପାଇବ ହେଳେ ll
ମନ ମରୀଚିକା ତୃଷ୍ଣା କି ମେଣ୍ଟିବ
ଭ୍ରମ ଯାହା ବ୍ୟଥା ଦିଏ,
କୋମଳ ହୃଦୟ ଲହୁ, ଲୁହ ଭାବ
ସ୍ୱlର୍ଥି ର କି ଆସେ,ଯାଏ ll
ଅନ୍ଧ ତ ଦୁନିଆ ସ୍ୱାର୍ଥ ସର୍ବସ୍ବ ରେ
ବାଟବଣା କରିଥାଏ,
ସ୍ୱାର୍ଥ ର ସାରଥୀ ବୁଝେ କି ହୃଦରେ
ଜଖମେ କି କଷ୍ଟ ହୁଏ ll
ଭଲ ବି ସଂସାରେ ଅଛନ୍ତି ବହୁତ
ସୁନା ସାଥେ ଖାଦ ପରି,
ଭାଗ୍ୟରେ ଥିଲେ ଟି ହୁଅନ୍ତି ସାଥିତ
ଦୁଃଖେ, ସୁଖେ ହାତ ଧରି ll
ଜନମ, ମରଣ ସଂସାର ର ଖେଳ
କାହିଁକ ଭୁଲିବା ଆମେ,
ଥିବା ଯେତେ ଦିନ ଆମ ଧର୍ମ ବଳ
ସ୍ନେହ, ଶ୍ରଦ୍ଧା ରଖି ମନେ ll