ଅନ୍ତରରୁ ପଦେ
ଅନ୍ତରରୁ ପଦେ
ପ୍ରଥମ ଦେଖାରେ ଲାଗୁଥିଲ ତୁମେ
ଅତି ଆପଣାର ମୋର
ପାଗଳ ମନଟା ନଦେଖିଲେ ଦିନେ
ହେଉଥିଲା ଅଧିର ।
କୋହଲା ପାଗରେ ଭସା ବାଦଲକୁ
ନିରେଖି ମୁଁ ଦେଖୁଥାଏ
ନିରୋଳାରେ ବସି ଖୋଲା ଆକାଶ ତଳେ
ତାରାକୁ ମୁଁ ଗଣୁଥାଏ ।
ପାଖରେ ବସିଲେ ଚୋରା ମନ ମୋର
ଲୁଚେଇ ଲୁଚେଇ ଦେଖେ
ତୁମେ ମୋ ଆଖି ରେ ଆଖି ମିଳାଇ ଲେ
ଲାଜରେ ସରମୀ ଉଠେ ।
ତୁମେ ଟିକେ ହସିଦେଲେ
ଫୁଲର ପାଖୁଡ଼ା ଝଡେ
ସେହି ଫୁଲର ରସକୁ ନେଇ
ମନ ମନ୍ଦିର ତୋଳେ ।
ଚାଲିଗଲା ପରେ ତୁମେ
ମୁଁ ତୁମକୁ ଝୁରେ
ଅକୁହା କଥାକୁ ଛାତିରେ ରଖି
ପ୍ରେମ ବତୀ ମୁଁ ଜାଳେ ।