ବାପା
ବାପା
1 min
229
ବାଣୀ ଯାର ଶିକ୍ଷା ଚାହାଣି ରେ ଦୀକ୍ଷା
ଯା ନାମେ ଚିହ୍ନନ୍ତି ଜନ
ପାଣି ଭଳି ଯାର ହୃଦୟ ନିର୍ମଳ
ସଦା ତୋଷୁଥାନ୍ତି ମନ ।
ହାତ ଧରି ସିଏ ଚାଲି ଯେ ଶିଖାନ୍ତି
ଲୁହ ପୋଛୁଥାନ୍ତି ହାତେ
ମନ ଜାଣି ଯିଏ ଦରବ ଆଣନ୍ତି
ସାନ୍ତ୍ୱନା ଦିଅନ୍ତି ମୋତେ।
ଭୁଲ ଥିଲେ ଯିଏ ଗାଳି ନ କରନ୍ତି
ସୁଧାରି ଦିଅନ୍ତି ଅନ୍ତେ
ପ୍ରତିପୋଷଣର ଭାର ଯାର କାନ୍ଧେ
ଚିନ୍ତା ଥାଏ ହୃଦଅନ୍ତେ ।
ଘରର ମୁରବି ସବୁଠୁ ଗରିବୀ
ଭଲ ମନ୍ଦ ଚିନ୍ତା କରି
ନିଜ ପାଇଁ ଯିଏ କିଛି ନ କରନ୍ତି
ହାତରେ ବାନ୍ଧନ୍ତି ଡୋରି ।
ଯା ଲାଗି ଜନମ ଯା ଲାଗି ତାରଣ
ଯାହାର ସାଙ୍ଗିଆ ଚିହ୍ନ
ତାଙ୍କ ପାଦପଦ୍ମେ କୋଟି ପ୍ରଣିପାତ
ଯାହାର ଅଟେ ମୁଁ ଚିହ୍ନ ।।