ଭାରତବାସୀ
ଭାରତବାସୀ
ଅମେରେ ଭାଇ ଭାରତ ବାସୀ
ଅହିଂସା ଆମ ଧର୍ମ
ସବୁରେ ଭାଇ ଏକାଠି ରହୁ
ହେଲେ ବି ଜାତି ଭିନ୍ନ।
ଚାଲି ଚଳନ ଭିନ୍ନ ସବୁରି
ପୋଷାକ ପୁଣି ଭିନ୍ନ
ଖାଦ୍ୟ ପେୟର ଭିନ୍ନ ସବୁରି
ଏକତା ଆମ ଧର୍ମ ।
ଅଞ୍ଚଳ ଭେଦେ ଭାଷା ଅଲଗା
ତଥାପି ବୁଝୁ ମନ
ଯାନି ଯାତରା ଏକାଠି ପାଳୁ
ଭାତୃତ୍ୱ ଆମ ଧନ।
ପଡ଼ିଲେ ଦଶା ନ ଉଡେ ହସା
ହାତକୁ ହାତ ଧରି
ବିପଦ ସବୁ ପାରି କରଉ
ଯାଉନା କେବେ ଡେରି ।
ଭାରତବାସୀ ଭାରି ସାହସୀ
ଜଗତେ ହେଉ ଗଣା
ଜ୍ଞାନ ବିଜ୍ଞାନେ ଉନ୍ନତ ଆମେ
କୋଥିରେ ନାହୁଁ ଉଣା।