Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarbeswar Mallick

Abstract

4  

Sarbeswar Mallick

Abstract

ବାତ୍ୟା ପରେ

ବାତ୍ୟା ପରେ

1 min
151



ବାତ୍ୟା ପରେ ଆସିଛି ଦୁଃଖ 

   ହଜି ଯାଇଛି ସୁଖର ଦିନ 

ଆସିଛି ମାଡି ବତାସ ଝଡି 

  ବିକଳ କେତେ ଜନ ଜୀବନ 

  ଲଂଘିଛି ପାରାବାର 

ପ୍ରମତ୍ତ ଚିତ୍ତ ପ୍ରଳୟ ପଥେ 

   ଦୁନିଆ ଥର ହର l 1


ନାହିଁରେ ଆଉ ବଞ୍ଚିବା ଆଶା 

  ଦରିଆ ଲଂଘେ ଥରକୁ ଥର 

ଜୁଆର ଆସି ଲହଡି ଭାଙ୍ଗେ 

  ମାଟିରେ ମିଶେ ଚାଳ ଛପର 

  ଉଜୁଡି ଯାଏ କ୍ଷେତ

ଗାଁ ଦାଣ୍ଡରେ ଅକାତ ପାଣି 

  ମିଳେନି ମୁଠେ ଭାତ ! 2


ରିଲିଫ ପାଇଁ ଆସନ୍ତି ଧାଇଁ 

  ଭୋକ ଉପାସେ ଆତୁର ଜନ

ପ୍ରତି ବରଷ ନାଶେ ବତାସ 

  ନିୟତି ସତେ କେଡେ ଦାରୁଣ 

  ଜଳ ପ୍ରଳୟ ଆସେ 

ଆଖିରେ ଲୁହ ବୁକୁରେ କୋହ 

   ମୁଖ ମଳିନ ଦିଶେ l 3


ପ୍ରଗତି ସୂର୍ଯ୍ୟ ଉଇଁନି ନଭେ

  ବିପଦ କେବେ ଯାଇନି ଟଳି 

ତୁହାକୁ ତୁହା ବାତ୍ୟା ନାଶେ 

  କିଏ ବା ଅଛି ତା ଠୁଁ ବଳି ? 

   ଜୁଆର ଆସେ ମାଡି 

ଧନ ଜୀବନ ନାଶେ ପବନ 

  ଶୁଭେ କରୁଣ ରଡି l 4


ବାସ ହରା କେତେ ସାଗର ବିତ୍ପାତେ 

  ହତାଶେ କାଟନ୍ତି ଦିନ 

ପ୍ରତି ବର୍ଷ ଆସେ ଦାରୁଣ ଯାତନା 

  ମିଳେ ନାହିଁ ପରିତ୍ରାଣ 

  ବିଚିତ୍ର ପ୍ରକୃତି ଗତି 

ସହି ସହି ସଦା ବାତ୍ୟା ପ୍ରକୋପ 

  ପଥର ହେଲାଣି ଛାତି l 5


Rate this content
Log in

More oriya poem from Sarbeswar Mallick

Similar oriya poem from Abstract