Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Classics Inspirational

4  

Chittaranjan Nanda

Action Classics Inspirational

ଭାବପ୍ରବଣତା ହୃଦୟକୁ କରେ ନିୟନ୍ତ୍ରଣ

ଭାବପ୍ରବଣତା ହୃଦୟକୁ କରେ ନିୟନ୍ତ୍ରଣ

1 min
827


ପ୍ରେମ ଓ ପ୍ରୀତି ସର୍ବଦା ହୃଦୟର

ହିଲ୍ଲୋଳିନୀ, ଆହ୍ଲାଦିନୀ

ଚିର ସୁଶୋଭିନୀ ଚିତ୍ତ ବିନୋଦିନୀ

ପ୍ରାଣ ଉଲ୍ଲାସିନୀ ।


ହୃଦ ଅଳିନ୍ଦରେ ପ୍ରୀତି ଅବିରରେ

ବିମୋହିତ ମନକୁ କରେ ,

ପ୍ରୀତି ତ ସୁଷମା ବର୍ଦ୍ଧନ ଉଲ୍ଲାସର

ଭାବପ୍ରବଣତା ଭର୍ତ୍ତି ହୁଏରେ ।


ଭାବପ୍ରବଣତା ଏପରି ଏକ କଥା ଯେ

ହୃଦୟକୁ କରେ ନିୟନ୍ତ୍ରଣ 

ଏହାର ଅଭାବେ ହୃଦୟ ରହିବ ଏକ 

ଶ୍ୱାସ ପ୍ରଶ୍ୱାସ ସମ୍ପାଦନା ଯନ୍ତ୍ର ।


ପ୍ରେମ ସମ୍ପର୍କକୁ ନେଇ ଭଙ୍ଗା ହୃଦୟ 

ଅନେକ କିଛି ଭାବି ପାରେ

ନିଜ ଶରୀରକୁ କଷ୍ଟ ଦେଇ, ଟେକି

ଦିଏ ନିଜକୁ ମୃତ୍ୟୁ ହାତରେ ।


ପ୍ରେମ ସହିତ ସ୍ୱାଧିକାର ମୋହ ଏକ

ପ୍ରାକୃତିକ ବିବଶତା

ପ୍ରେମଭୁକ୍ତ ବା ପ୍ରେମରିକ୍ତ ହୃଦୟ ମାନେ 

କିଆଁ କରନ୍ତି ଆତ୍ମହତ୍ୟା  ।


ଯେତେ ତତ୍ତ୍ଵ ବୁଝାଅ, ଯେତେ ଜ୍ଞାନ ଥାଉ, 

ବା ନୀତି ଆଦର୍ଶର ଯୁକ୍ତି କର

ସେତେବେଳେ ଭାବପ୍ରବଣତା ନିୟନ୍ତ୍ରଣ 

କରେ, ହୃଦୟ ମାନେ ହାର ।


ଭଙ୍ଗା ହୃଦୟର ଭାବପ୍ରବଣତା ମନରେ

ବେଶୀ ସ୍ପନ୍ଦିତ ହୁଏ, 

ସାମଗ୍ରିକ ଭାବରେ ଆମ ଜୀବନରେ ସୁନାମୀ 

ଆଣିପାରେ ସିଏ । 


ଯୁବ ମାନସିକତାକୁ ବୁଝିବାର ଧୈର୍ଯ୍ୟ ରଖିଛେ 

କେତେ ଜଣ ଆମ ଭିତରୁ

ପ୍ରଶ୍ନ କରେ ମୁଁ ଆଜିର ଏହି ଛଳନାତ୍ମକ ଅବା 

ହିପୋକ୍ରେଟିକ୍ ସମାଜ ପାଖରୁ ।


ଆମେ ନିଜ ଦାୟିତ୍ୱରୁ ମୁହଁ ଲୁଚାଉ ନାହୁଁ କି? 

କେବଳ ପୁସ୍ତକ ଗତ ଉପଦେଶ ଦେଇ,

କୁହ ହେ ଭଉଣୀ ଭାଇ କେବଳ ସଂସ୍କାର ଏବଂ 

ପାଶ୍ଚାତ୍ୟ ସଭ୍ୟତାକୁ ଦୋଷୀ ସଜେଇ, ।


ଅନ୍ଧକୁ ଯେସନେ ସାହା ହେଉଥାଏ ତାର ତ

ଆପଣାର ଆଶା ବାଡି 

ଆମ ମାନଙ୍କ ଭୂମିକା ନାହିଁ କି କିପରି ଗଠନ 

କରିବା ସୁନ୍ଦର ଏକ ଉତ୍ତର ପୀଢ଼ି ।


ଏହା ସ୍ୱାଭାବିକ ସମୟର ଚକ୍ରରେ ପ୍ରେମରେ 

ହୃଦୟ ଭାଙ୍ଗେ, ଭାଙ୍ଗିଛି ଓ ଭାଙ୍ଗିବ

ସେଥିପାଇଁ ମନ ମଧ୍ୟରେ ସ୍ୱାଭାବିକତାରେ 

ଦୁଃଖ ଆସିଛି ଓ ଆସିବ ।


ଭାଙ୍ଗିବାକୁ ଦିଅନ୍ତୁ, ମନ ଭରି ଆଖି ଥକିବା 

ଯାଏଁ କାନ୍ଦନ୍ତୁ, 

ଭଙ୍ଗା ହୃଦୟକୁ ତରଳି ଯିବାକୁ ଦିଅନ୍ତୁ, ଗୀତ 

ମନଭରି ଶୁଣନ୍ତୁ ।


ବାହାର କରନ୍ତୁ କୁହୁଳି ଜମାଟ ମାଡ଼ି ବସି 

ଥିବା କ୍ରୋଧ ମାନଙ୍କୁ

ଖାଲି ସ୍ଥାନ ଦେଖି ଚିତ୍କାରରେ ବାହାର କରନ୍ତୁ, 

ମୁକ୍ତ କରନ୍ତୁ ନିଜର ମନକୁ ।


ଏ ବିଷୟରେ ତାକୁ ହିଁ କୁହନ୍ତୁ ଯେ ବିନା 

ଉପଦେଶରେ ଆପଣଙ୍କୁ ଶୁଣିବ, 

ଜଜମେଣ୍ଟ୍ ନକରି ନୀରବ ରହିବ, ସର୍ବୋପରି 

ଆପଣଙ୍କୁ ଉନ୍ମୁକ୍ତ ହେବାକୁ ସୁଯୋଗ ଦେବ। 


Rate this content
Log in

Similar oriya poem from Action