ମୁଁ ଲେଖେ..
ମୁଁ ଲେଖେ..
ପାଇବା ଭାରତର ସବୁ ଗାଁ ମାନଙ୍କରେ ଏଇ
ଗୋଟିଏ ସମାନ କାହାଣୀ,
ହୁଏତ ଅନେକ ବନ୍ଧୁ ବାନ୍ଧବୀ ଗ୍ରହଣ କରି
ନପାରନ୍ତି ମୋର ଏହି ବାଣୀ |୧|
ଭାଇ ଭାଇ ମଧ୍ୟରେ ମନାମାଳିନ୍ୟ ଘଟିଣ,
ସେମାନେ ଅଲଗା ହୁଅନ୍ତି,
ଗାଁ ସାଇପଡିଶା ଲୋକ ବୁଝେଇ ତାଙ୍କୁ ତ
ଯୋଡିବାକୁ ଆସୁ ନାହାଁନ୍ତି |୨|
ଭାବନେ ଆସଇ ମନେ ବର୍ତ୍ତମାନର ଏପରି
ଅବସ୍ଥା ହୋଇଛି କାହିଁକି?
ପ୍ରାକୃତିକ ସମ୍ପଦଭରା ଆମରି ଭୂଖଣ୍ଡ, ଆଜି
ଅଛି ଦରିଦ୍ର କାହିଁକି? |୩|
ମୁଁ ଲେଖୁଛି ମୋ ପାଇଁ, କାରଣ ସମାଜର
ଦୂର୍ଦ୍ଦଶା, ଦୂର୍ଦ୍ଦଶା ମୋର
ଶାନ୍ତି ବିଗିଡିଲେ ହୃଦୟରେ ଆସେ ଦୁଃଖ,
ଆସିବ ଲୁହ ଆଖି ଭିତର |୪|
ଚାଣକ୍ୟ କହିଥିଲେ, ନଥିଲେ ମଣିଷେ ଅନ୍ୟ
ମାନଙ୍କ ପ୍ରତି ସମ୍ମାନବୋଧ,
ନଥିଲେ ଶାନ୍ତି, ଦୟାଶୀଳତା ଓ ଲୋକମାନଙ୍କ
ଭିତରେ ପାପ ଲଜ୍ୟାବୋଧ |୫|
ନଥିଲେ ଦେଶରେ ସମସ୍ତଙ୍କର ରୋଜଗାର
କରିବାର ସୁଯୋଗ,
ଆବଶ୍ୟକ ପାପର ଭୟଭାବ, ବନ୍ଧୁତ୍ୱ ଓ ଜ୍ଞାନ
ଅର୍ଜନ ପାଇଁ ସୁଯୋଗ |୬|
ଅନ୍ଧତ୍ୱ ଓ ହିଂସା ସୃଷ୍ଟ ସ୍ଥାନରେ, କରିବା ଉଚିତ
ନୁହେଁ ବସବାସ,
ପ୍ରକୃତରେ, ଏହି ଜ୍ଞାନ ଦିଏ, ଆମରି ଦେଶର
ପୁରାଣ ଓ ଇତିହାସ |୭|
କେବଳ ସାନ୍ତ୍ବନା, ରାମ ରାଜ୍ୟର କଳ୍ପନା
ଉପରେ କି ବଂଚିବା,
ଅବସ୍ଥା ଆହୁରି ଉତ୍କଟ ହୋଇ ଚାଲିବାକୁ
ସତେ କି ଚାହିଁଥିବା |୮|
ତେଣୁ ମୁଁ ଲେଖେ ସମାଜର ବଡ଼ ବଡିଆ
ଙ୍କ ନିର୍ଲଜ୍ଜ ପଣିଆକୁ,
ମନ ଭିତରେ ଲୁଚି ରହିଥିବା ହଳାହଳ ବିଷ
କୁ ଆଣିବା ପାଇଁ ପଦାକୁ |୯|
ନଜାଗିଲେ, ଦେଶ ଚାଲଇ ପରୀ "ଯେପରି
ପ୍ରଜାଙ୍କୁ ସେପରି ରାଜା",
ଆତ୍ମସମୀକ୍ଷାର ତଥା ନବ ଶପଥ ନେବାର
ସମୟ ଆସିବା ଖୋଜା |୧୦|
ଶୁଣଇ ମୁଃ "ମାତୃଭୂମି ମାତୃଭାଷାରେ ମମତା
ଯା ହୃଦେ ଜନମି ନାହିଁ,
ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା, ଅଜ୍ଞାନ
ରହିବେ କାହିଁ?" |୧୧|
ମନେ ପଡେ "ଜାତି ନନ୍ଦିଘୋଷ ଚଳିବ କି
ଭାଇ ସ୍ବାର୍ଥକୁ ସାରଥି କଲେ,
ଟାଣେ କିରେ ଗାଡି ଦାନାର ତୋବଡା ଘୋଡା
ମୁହେଁ ବନ୍ଧାଥିଲେ ? |୧୨|
ନାହିଁ ରାଜନେତାଙ୍କର ଗଣତନ୍ତ୍ର, ସମ୍ବିଧାନ, ସମସ୍ୟା
ଗୁଡ଼ିକର ସମାଧାନ ପାଇଁ,
ଗଣତନ୍ତ୍ର ଚାଲେ କେବଳ ଭୋଟ ହାତେଇବାର
କଳାରେ ପାରଙ୍ଗମ ଥାଇ |୧୩|
ତେଣୁ ଭାବନା ମୋର ଲେଖନୀ କଅଣ ନିରର୍ଥକ
ଆମ ମାନଙ୍କ ପାଇଁ ?
ତେଣୁ ମୁଁ ଲେଖେ ମୋ ଭାବନାରେ ଥାଇ, ଏହା
କଅଣ ଦରକାର ନାହିଁ ? |୧୪|