ଗାଁ ଚ଼ଉପାଢ଼ୀ
ଗାଁ ଚ଼ଉପାଢ଼ୀ
ପ୍ରତି ଗାଁ ରେ ଉନ୍ନତ ସଂସ୍କୃତି ସମ୍ପର୍ଣ ବ୍ୟକ୍ତିଟିଏ,
ଯେ ମୁଖିଆ ହେଉଥିଲେ, ପ୍ରଜାପ୍ରିୟ ଥିଲେ ସିଏ ।
ସବୁରି ଦୁଃଖସୁଖର ସେ ହେଉଣ ଥିଲେ ସେ ସାଥୀ,
ସର୍ବ ଗ୍ରାମବାସୀଙ୍କୁ ଧରି ପ୍ରଣୟନ କରୁଥିଲେ ନୀତି ।
ସେ ନୀତିକୁ ମାନି ସବୁ ଗ୍ରାମବାସିମାନେ ଚଳୁଥିଲେ,
ଚ଼ଉପାଢ଼ୀରେ ଆଲୋଚନା ହୁଏ କେହି ଭୁଲ କଲେ ।
ପର୍ଯ୍ୟଲୋଚନା ହୋଇ ଭୁଲ ଠିକ ନିର୍ଣ୍ଣୟ ହେଉଥିଲା
ପାଖକୁ ଲାଗି ଏକ ଭାଗବତ ଟୁଂଗୀଟିଏ ବି ଥିଲା ।
ପାଠ ପଢ଼ାଉବାକୁ ଅବଧାନେ ଚ଼ଉପାଢ଼ୀକୁ ଆସନ୍ତି
ମହାଜନ ଏଇଠି କର ଆଦାୟ କରି ହିସାବ ଦିଅନ୍ତି ।
ପାଖ ଭାଗବତ ଟୁଂଗୀ ଭିତରେ ପୋଥି ପଢ଼ା ହୁଏ
ପିଲାମାନଙ୍କର ଚାଟଶାଳୀ ପାଠପଢ଼ା ଏଇଠି ହୁଏ ।
ଆଜିର ସ୍ମୃତିରେ ପାଉନେ ପୁରୁଣା ସେ ଅନୁଭୂତିକୁ
ଖୁବ ସୁନ୍ଦର ପୁରାତନ ସାମାଜିକ ଜୀବନ ଶୈଳୀକୁ ।
ସମାଜର ନୀତି ନିୟମ ଓ ପୁରୁଣ ଶାସନ ସଂସ୍କୃତିକୁ
ଆଗ କାଳରେ ଗାଁ ମାନଙ୍କରେ ଶାଶନ ବ୍ୟବସ୍ଥାକୁ ।
ଗାଁର ମୁଖିଆଙ୍କ କଥାକୁ ମାନି ଚଳିବା ନିୟମ ନୀତି
୧୯୪୦ ପୂର୍ବରୁ ଗାଁ ଚ଼ଉପାଢ଼ୀର ପରମ୍ପରାର ପ୍ରୀତି ।
ବିଚାର ଓ ଭାବାବେଗ କଟୁଥିଲା ଗାଁ ଚ଼ଉପାଢ଼ୀରେ
ନାହିଁ ସତ କର୍ପୁର ଉଡ଼ିଗଲେ ବି ଅଛି କନାର ମହକରେ ।
ଆଜି ଫିକା ହୋଇ ଆସୁଛି ସେଇ ପୁଲକିତ ଭାବନା
ରାଜନୈତିକ କନ୍ଦଳରେ ଗ୍ରାମ୍ୟ ଜୀବନ ଗନ୍ଧମୟ ସିନା ।
ଏବେବି କେତେକ ସ୍ଥାନରେ ଅର୍ଦ୍ଧଭଙ୍ଗା ଭାବେ ରହିଛି
ପବିତ୍ର ପ୍ରଭାତର ମଧୁର ମୂର୍ଚ୍ଛନା, ସ୍ନେହ ଅର୍ଚ୍ଚନା ଶୁଭୁଛି ।
ଗାଁର ମୋହ ମାଦକତା ଭାବାବେଗ ଆନ୍ଦୋଳିତ କରୁ
ସମୟ ଚକ୍ରରେ ମଧୁଝରା ସ୍ମୃତିକୁ ରୂପକୁ ସପନେ ଭରୁ ।
ଆଜିର ସମାଜେ ସେଇସବୁ ଗାଁ ର ନିତି ନିୟମ ସଂସ୍କାର
ଭାବିବା ମୋ ମତରେ କେବଳ ପହଁରିବା କୁହୁଡି ଭିତର ।