Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ଭାରତ ଛାଡ଼ ଆନ୍ଦୋଳନ ସ୍ମରଣେ

ଭାରତ ଛାଡ଼ ଆନ୍ଦୋଳନ ସ୍ମରଣେ

1 min
282



ଭାରତ ମୋହର ଜନ୍ମଭୂମି, ପୂଣ୍ୟଭୂମି,

ସେ ତ ଆମର ମାଆ 

ଜାତି ବର୍ଣ୍ଣ ଭେଦ ଭାବକୁ ଭୁଲି ଏକ ହୋଇ

ରଖିବା ତା'ର ନାଁଆ ।


ସଗର୍ବେ କରିବା ଏହି ଦିନର "ଭାରତ ଛାଡ଼"

ଆନ୍ଦୋଳନର ସ୍ମରଣ

ଦେଶଭକ୍ତ ସବୁ ଗାନ୍ଧୀଜୀଂକ ସଂଗରେ ଏକ,

ହୋଇଲେ ବିଦେଶୀ ଉଛନ୍ନ ।


ଅହିଂସା ମନ୍ତ୍ରରେ ହୋଇ ଅଭିମନ୍ତ୍ରିତ ଭାରତ 

ଛାଡ଼ ଡାକର ଆହ୍ୱାନ

ବିଶ୍ୱରେ ହେଲା ଚହଳ,ବହୁ ଆନ୍ଦୋଳନକାରୀ 

ସଂଗ୍ରାମରେ ଦେଲେ ଯୋଗଦାନ ।


ବିଦେଶୀ ଶାସକ ଶୁଣିଲେ ନିଷ୍ପତ୍ତି, ନିଶାର୍ଦ୍ଧରେ

ବନ୍ଦୀ କଲେ ନେତାବୃନ୍ଦଂକୁ

ସ୍ଵାଧୀନତା ପାଇଁ ବନ୍ଦେ ମାତରମ୍ ଉଚ୍ଛ୍ୱାସରେ

ଲାଗିଲା ନିଆଁ, କିଏ ଲିଭାଇବ ତାକୁ ।


କୃଷକ, ଶ୍ରମିକ ସୈନିକ ହେଉ କିମ୍ବା ଯନ୍ତ୍ରୀ ହେଉ 

କି ଶିଳ୍ପୀ ହେଉ, ଏକାଠି ହେବା

ଆସ ମୋ ଦେଶର ଭଉଣୀ ଭାଇ ବିଭେଦ ଭୁଲି

ଆଜି ଦିନରେ ଜାଗ୍ରତ ହେବା ।


ଗଣତନ୍ତ୍ର ନୁହେଁ କିଛି ପୁଂଜିପତି ଅବା ରାଜନେତାଙ୍କ 

ପାଇଁ, ଜନତା ହିଁ ସର୍ବ ଶକ୍ତିମାନ

କଳା କୌଶଳ ସହ ଦେଶ ହିତରେ ବ୍ରତୀ ହୋଇବା

ଗାଇବା ଆମ ଜାତୀୟ ଗାନ ।


Rate this content
Log in

Similar oriya poem from Inspirational