ଭିନ୍ନ ଭିନ୍ନ ପ୍ରେରକ
ଭିନ୍ନ ଭିନ୍ନ ପ୍ରେରକ
ଶେଷ ପୁଷ୍ଠାର ଉପସଂହାର
କଥା ମନେ ପଡିଗଲେ
ଛାତି ତଳେ ଶୂନ୍ୟତା ଥରେ
କୁଠାରାଘାତ କରେ ।
ଲେଖକ ମହାଶୟ ଶବ୍ଦ ସୂପକାର
କେମିତି ଜାଣିଲେ କଳ୍ପିଲେ
ମୋ ଜୀବନରେ ଘଟିଥିବା ସତ୍ୟତା
ପ୍ରତିଫଳିତ କିପରି କରିଲେ କିରେ ।
ବହି-ତକିଆ ତଳେ ରାତ୍ରୀ ପ୍ରହରୀ
ପଢୁ ପଢୁ ପାହେ ବିଭାବରୀ
କିଛି ଚାହେଁନା ପ୍ରତିଦାନେ କେବେ
ଜ୍ଞାନ ବିଜ୍ଞାନ ଝରକା ସମାଧାନ ଗିରି ।
ଶବ୍ଦ ହିଁ ବ୍ୟୁପତ୍ତି ପୁସ୍ତକ ହିଁ ସମ୍ପତ୍ତି
ଭାବ ହିଁ ଉତ୍ପତ୍ତି କବିତା ହିଁ ଭକ୍ତିମତି
କାଳେ କାଳେ ଲିପିବଦ୍ଧ ସମୟର ଇତିହାସ
ଭାଷାରେ ଜୀବନ୍ୟାସ ପାଇଛି ଯୁଗ ପ୍ରଗତି ।
ନାଟକ କୁହ ଥିବା କ୍ଷୁଦ୍ରଗଳ୍ପ ବାଣୀ
ଉପନ୍ୟାସ କୁହ ଅବା ଗୀତିକବିତା ଠାଣି
ଭ୍ରମଣ କାହାଣୀ ଅବା ଶିଶୁ ସାହିତ୍ୟ ସରଣୀ
ସନେଟ ହେଉ କି ବିଜ୍ଞାନ କାହାଣୀ
ରହସ୍ୟ ରୋମାଞ୍ଚ ତଥା ଐତିହାସିକ କାବ୍ୟ
ରୀତି ଯୁଗୀୟ ହେଉ କି ଛାୟାବାଦର ଭବ୍ୟ
ସବୁଜ ଯୁଗର ବା ସତ୍ୟବାଦୀ ପଞ୍ଚସଖା
ଆଧୁନିକ ଛନ୍ଦମୁକ୍ତ ଚିତ୍ରକଳ୍ପରେ ମଖା ।
ସବୁ ସାହିତ୍ୟ ସମାଜର ଭିନ୍ନ ଭିନ୍ନ ପ୍ରେରକ
ମୋ ପ୍ରଣମ୍ୟ ମୋର ପ୍ରୀୟ ପୁସ୍ତକ ଲେଖିକ ।