Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Romance

3  

Chittaranjan Nanda

Abstract Romance

ଭଲ ପାଇଲେ ଠକି ହୁଏ ନାହିଁ️

ଭଲ ପାଇଲେ ଠକି ହୁଏ ନାହିଁ️

1 min
168



ଜୀବନ ପାଣି ଫୋଟକା ଭଳି, 

ଆଜି ତ କାଲିକୁ ନଥିବ

କିନ୍ତୁ କରମର ସ୍ମୃତି ଭରି ରହିଥିବ

ଓ ଚିର ଜୀବନ୍ତ ରହିବ ।


ଶରୀରରୁ ଜୀବନ ଛାଡିଗଲେ ତାହା

ଲୀନ ହୋଇଯିବ 

ଆତ୍ମା ଅମର, ଏ ଶରୀରରୁ ଅନ୍ୟ 

ଶରୀରେ ପଶି ବଞ୍ଚିଥିବ ।


ନଥିଲେ ତୁମେ ଲାଗେ ଏକା ଏକା, 

କିଆଁ ଭାରି ମନେ ପଡଇ

ହୃଦୟରେ ଅଛ, ତୋତେ ସାଇତି 

ରଖିଛି, ଆଖିରୁ ଲୁହ ଝରଇ ।


ମୋ ମନରେ ଅଛୁ ଓ ମୋର ମନ 

କେବଳ ତୋତେ ଖୋଜୁଛି

ମୋ ଆଖିରେ ଅଛୁ, କିନ୍ତୁ କାହିଁକି ତ

ତୋତେ ଦେଖିବାକୁ ଚାହୁଁଛି ।


ମୋ ଓଠରେ ତୁ ଅଛୁ, ଓଠରେ 

ତୋରି ନାମ ଆସୁଛି

ବାରମ୍ବାର ହୃଦୟକୁ ପଚାରୁଛି, ମୁଁ

ସତରେ ପାଗଳ ହୋଇଛି ।


ଭଲ ପାଇଲେ ଠକି ହୁଏ ନାହିଁ, କେହି 

ହୃଦୟରେ ପାରନ୍ତିନି ବିଷ ଭରି

ପ୍ରେମିକ ଭୁଲି ପାରିବନି ପ୍ରେମିକାର ପ୍ରେମ,

ହେଉଥାଏ ତାକୁ ଝୁରି l


କିଛି ମଣିଷ ଚିରଯୋଗୀ ହୋଇ ମଧ୍ୟ 

ନିମିଷକ ଜୀବନ ପାଇଁ

ଭଲ ପାଇ ଅନ୍ୟକୁ, ସୃଷ୍ଟି ପର ଠାରୁ ସେ 

ମଣିଷ ଯନ୍ତ୍ରଣା ସହୁଛି ।


ପ୍ରତ୍ୟେକ ଦିନ ପ୍ରଶ୍ନ ପଚାରୁଛି, ପ୍ରଶ୍ନର 

ସତରେ ଉତ୍ତର ନାହିଁ

ସତରେ କଅଣ ଜୀବନ କାଟୁଛି ମୋହ 

ମାୟା ଜାଲରେ ଛନ୍ଦି ହୋଇ ।



Rate this content
Log in