Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Others

3  

jagabandhu sahu

Others

ଭୃଣହତ୍ଯା

ଭୃଣହତ୍ଯା

1 min
187


ଭୃଣ ଅଟେ ଏକ   ଇଶ୍ବରଙ୍କ ରୂପ

    କର ନାହିଁ କ୍ଷୟ କ୍ଷତି

ନିଜ ସ୍ବାର୍ଥ ପାଇଁ  କାହିଁକି ମାରୁଛ

     ନିଷ୍ଠୁର ମଣିଷ ଜାତି ।


ସଂସାରକୁ ସିଏ  ଦେଖିବା ଆଗରୁ

    ଗର୍ଭ ମଧ୍ଯେ ଦେଲ ମାରି

ଦୋଷି ନାହିଁ ଶିଶୁ ସାଜ କିଆଁ ପଶୁ

    ପାପେ ହୁଅ ଭାଗିଦାରୀ ।


ବାପା ମାଆ ଡାକ ଡାକିବା ଆଗରୁ

     କର କ୍ଷୟ କ୍ଷତି ତାର

ଖଣ୍ତ ଖଣ୍ତ କରି   ଅଙ୍ଗ ପ୍ରତ୍ୟଙ୍ଗକୁ

     କରୁଅଛ ନାର ଖାର ।


ତୁମେ ମଧ୍ଯ ଦିନେ  ଭୃଣଟିଏ ଥିଲ

    ଆଜି ଯେ ହେଲ ମଣିଷ

କେମିତି ମାରୁଛ ଗର୍ଭରୁ ଯେ ତାକୁ

    କରି ଯେ ଅଣ-ନିଶ୍ବାସ ।


Rate this content
Log in