ପାଗଳ କଲାଣି ମୋତେ
ପାଗଳ କଲାଣି ମୋତେ
କଇଁଫୁଲ ପରି ନୟନ ଯୁଗଳ
ଗୋଲାପ ପାଖୁଡା ଓଠ
ଭଲପାଅ ବୋଲି କହି ଦେଇଗଲ
ତୁମେ ଗୋ ପଖୋରୀ ତୁଠେ ।
ରାଜହଂସୀ ପରି ଚାଲି ଯେ ତୁମର
ପାଗଳ କରୁଛି ମୋତେ
କହିବ ଗୋ ଯଦି ଆକାଶ ରାଇଜୁ
ଚାନ୍ଦ ତୋଳିଦେବି ହାତେ ।
ନିତି ଦେଖୁଅଛି ସପନେ ତୁମକୁ
ଆସି ବସୁଅଛ ପାଖେ
ତୁମ କଥା ସବୁ କବିତାରେ ଲେଖି
ହୃଦୟେ ସାଇତି ରଖେ ।