Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Others Children

4  

jagabandhu sahu

Others Children

ଫେରିଆସ ତୁମେ ଗାନ୍ଧୀ

ଫେରିଆସ ତୁମେ ଗାନ୍ଧୀ

1 min
348


ଅକ୍ଟୋବର ଦୁଇ ପୋର ବନ୍ଦରରେ

    ଜନ୍ମ ନେଇଥିଲ ତୁମେ

ମାତା ପୁତୁଳି ବାପା   କରମ ଚାନ୍ଦଙ୍କ

    ଆନନ୍ଦ ଉତ୍ସାହ ମନେ।


ବାପା ମାଆଙ୍କର  ଆର୍ଦଶକୁ ନେଇ

   ଅହିଂସା ପୂଜାରୀ ହେଲ

ଗୀତା ପାଠ କରି ନିଜକୁ ଯେ ତୁମେ

    ସତ୍ଯବାଦୀ ବନେଇଲ।


ଅରଟରେ ବୁଣି   ଖଦଡ ଧୋତିକୁ

    ହାତରେ ଧରିଲ ବାଡି

ପାଦରେ ପିନ୍ଧିଲ    କଠଉ ଚପଲ

     ଅଣ୍ଟାରେ ଝୁଲାଇ ଘଡି।


ସ୍ବାଧୀନ ଚେତନା ମନରେ ଯେ ଭରି

    ସ୍ବାଧିନ ସଂଗ୍ରାମୀ ହେଲ

ଭାରତ ଛାଡ   ଆନ୍ଦୋଳନ ତୁମେ

   ଗାନ୍ଧୀଜୀ ହେ ଗଢାଇଲ।


ରାମ ରାଇଜର   ସପନ ଯେ ତୁମ

   ହୋଇଲା ସ୍ବାଧିନ ପରେ

ବିପରିତ ଚିତ୍ର   ଆଜି ଏ ସମାଜେ

   ଦେଖି ଆସି ଯାଅ ଥରେ।


ମଣିଷ ଭୁଲିଛି    ଅହିଂସା ମନ୍ତ୍ରକୁ

   ସ୍ବାର୍ଥରେ ହୋଇ ଯେ ବନ୍ଦୀ 

ଫେରି ଆସ ଫେରି ଆସ ପୁଣି ଥରେ

    ହେ ଜାତିର ପିତା ଗାନ୍ଧୀ।


Rate this content
Log in