Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rudrarupa Brahma

Fantasy Inspirational

4.0  

Rudrarupa Brahma

Fantasy Inspirational

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
188



ସକାଳୁ ସକାଳୁ ଅନ୍ୟଙ୍କୁ କହିବା

ବନ୍ଦେ ଉତ୍କଳ ଜନନୀ ।

ଅତିଥିଙ୍କୁ ଅଭିବାଦନ ଜଣାଇ

ବନ୍ଦେ ଉତ୍କଳ ଜନନୀ ।


ହାତଯୋଡି ଅଧିକାରୀଙ୍କୁ କହିବା

ବନ୍ଦେ ଉତ୍କଳ ଜନନୀ ।

ହାଜିରାରେ ଶ୍ରେଣୀ ପିଲାଏ କୁହନ୍ତୁ

ବନ୍ଦେ ଉତ୍କଳ ଜନନୀ ।


ଲଘୁଜନ ଗୁରୁଜନଙ୍କୁ ଶ୍ରଦ୍ଧାରେ

ବନ୍ଦେ ଉତ୍କଳ ଜନନୀ  ।

ଓଡିଶାରବାସୀ କୁହ ହୋଇ ଖୁସି

ବନ୍ଦେ ଉତ୍କଳ ଜନନୀ ।


ହଟିବ କଳଙ୍କ ଫେରିବ ଗୌରବ

ବନ୍ଦେ ଉତ୍କଳ ଜନନୀ ।

ଏକ ହେବ ଜାତି ଏକ ହେବ ଧର୍ମ

ବନ୍ଦେ ଉତ୍କଳ ଜନନୀ ।


ଜାଗିବ ଭ୍ରାତୃତ୍ୱ ମିଳିବ ଆନନ୍ଦ

ବନ୍ଦେ ଉତ୍କଳ ଜନନୀ ।

ମାଆକୁ ସନ୍ତାନ ଜାତିକୁ ସମ୍ମାନ

ବନ୍ଦେ ଉତ୍କଳ ଜନନୀ ।


ଆନନ୍ଦ ବଢିବ ଏକତା ବଢିବ

ବନ୍ଦେ ଉତ୍କଳ ଜନନୀ ।

ତେବେ କିଆଁ ଡେରି ଶୁଭୁ ଶୁଭ ଭେରି

ବନ୍ଦେ ଉତ୍କଳ ଜନନୀ ।


ଏହାଠୁ ଅଧିକା ମା ପ୍ରତି ଶରଧା

କାହିଁ ବା କୋଉଠି ଅଛି ?

ବନ୍ଦି ଉତ୍କଳ ଜନନୀ ପୟର

ମମତାରେ ଭାଳୁଅଛି ।



Rate this content
Log in

Similar oriya poem from Fantasy