Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil kumar Pradhan

Tragedy Inspirational

4.8  

Anil kumar Pradhan

Tragedy Inspirational

ବଞ୍ଚାଅ

ବଞ୍ଚାଅ

1 min
302


ସୃଷ୍ଟି ତ' କାନ୍ଦୁଛି ଆମ୍ଭେ କନ୍ଦଉଚ୍ଛେ

ଆମେ କାନ୍ଦିବାନି କିପରି

ଜନ୍ମଦାତ୍ରୀ ବୋଲି ସହିଛି ଏଯାଏଁ

ପ୍ରାଣ ନିଶ୍ଚେ ଯିବ ଆମରି l


ଦିନକୁ ଦିନକୁ ବଢ଼ି ଯାଉଅଛି

ମାଆ ଶବ୍ଦରେ କଳଙ୍କ

ଜ୍ଞାନୀ ଗୁଣି ପୁତ୍ର ଥାଇ କି ଲାଭ

ମାଟି ମାଆ ହେଲେ ଅପବିତ୍ର l


ଜାଣି ଜାଣି ସବୁ ଅଜଣା ହୋଇକି

କରୁଛ ପ୍ରକୃତି ଅସନା

ଜୀବନ ସ୍ୱାଗତ ତା'ପାଇଁ ପରା

ଏ କଥା କି ତୁମେ ଜାଣନା l


ବେଳ ଥାଉ ଥାଉ ସାବଧାନ ହୋଇ

କର ତାର ପ୍ରତିକାର

ନହଲେ ମାତାକୁ ମାରି ପାଦତଳେ

ମଶାଣିକୁ ଯିବା ସାର l



Rate this content
Log in

Similar oriya poem from Tragedy