Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

4  

Bijaya Kumar Swain

Inspirational

ବୃଦ୍ଧ ବାପାର କଷ୍ଟ

ବୃଦ୍ଧ ବାପାର କଷ୍ଟ

1 min
222



କେତେ ଦେବଦେବୀ 

କେତେ ପୂଜା ବ୍ରତ

କେତେ କରିଥିଲେ ତପ

ସୌଭାଗ୍ୟ ଲଭଇ 

ସେହି ଜନ ପରା

ହୋଇଥାଏ ଯେବେ ବାପ ।


ନିଜର ସବୁ ଦୁଃଖ ଭୁଲିଯାଇ

ସନ୍ତାନର ସୁଖ ପାଇଁ

କରାଯାଏ କର୍ମ ପିତା ଧର୍ମ ପାଳି

ନିଜ ସୁଖ ବଳି ଦେଇ ।


ଖରାକି ବରଷା ଶୀତକି କାକର

ଝଡ ଅବା ଅଂଶୁଘାତ

ପୁଅ ଭବିଷ୍ୟତ ଉଜ୍ବଳ ପାଇଁକି

କରମ କରେ ସତତ ।


ସେଇ ପୁଅଦିନେ ବଡ଼ ହୋଇ ଯେବେ

ହାକିମ ଚାକିରି କଲା

ମଳି ମୁଣ୍ଡିଆ ସେ ଗାଁଉଲୀ ବାପାକୁ

ପାଖରୁ ଦୂରେଇ ଦେଲା ।


ବିଚରା ନିରୀହ ବାପଟି ନୀରବେ

ଝରାଇ ନୟନୁ ନୀର

ହୃଦୟ କଷ୍ଟକୁ ହୃଦୟରେ ଚାପି

କହେ ନାହିଁ କା ଆଗର ।


ପିତା ଧର୍ମ ପିତା ସ୍ବର୍ଗଟି ଜାଣିଥା

ପିତା ହିଁ ପରମ ତପ

ପିତା ଆଶୀର୍ବାଦ ଥିଲେ ମଥା ପରେ

ସନ୍ତାନେ ନଛୁଏଁ ପାପ।


Rate this content
Log in

Similar oriya poem from Inspirational