ମୋ କଲମରେ ଆଜିର ଗ୍ରୀଷ୍ମ
ମୋ କଲମରେ ଆଜିର ଗ୍ରୀଷ୍ମ
ବସନ୍ତ ବିଦାୟ ନେଲା ଏ ଧରା ରୁ
ଗ୍ରୀଷ୍ମ ହେଲା ଉପଗତ
ଝାଞ୍ଜି ପବନ କୁ କାଳ ବୈଶାଖୀ କୁ
ସାଙ୍ଗେ ନେଇ ଉପଗତ
ପ୍ରାଣୀ କୁଳ ହନ୍ତସନ୍ତ।
ନଈ ନାଳ କୂଅ ଶୁଖି ଗଲା ସବୁ
ପାଦପ୍ ଶ୍ରୀହୀନ ଦିଶେ
ଗ୍ରୀଷ୍ମର ଦାଉ କୁ ହୁଏ ନାହିଁ ସହି
ବେଳୁ ବେଳ ଦାଉ ସାଧେ
ବେଳୁ ବେଳ ବଢେ କଷ୍ଟ।
ସୂରୁଜ ଦେବତା କୋପ ରେ ଧରଣୀ,,
ବାସୀ ଏ ହ୍ୱନ୍ତି ବିକଳ
ସହି ହୁଅନି କି କହି ବି ହୁଏନି
ଗ୍ରୀଷ୍ମର ତାତି ପ୍ରବଳ
ଗ୍ରୀଷ୍ମର କୋପ ଏମନ୍ତ।
କୋଇଲି ର କୂହୁ ମିଠା ଲାଗୁନାହିଁ
ହଜାଇଛି ତାର ସ୍ୱର
ହଲଦିବସନ୍ତ ଗଛ ପାଉନାହିଁ
ରଚିବାକୁ ନୀଡ଼ ତାର
(ଗ୍ରୀଷ୍ମ)କରୁଛି ତାଣ୍ଡବ ନୃତ୍ୟ।
ତଥାପି ଗ୍ରୀଷ୍ମ ଟି ଅଟଇ ଉତ୍ତମ
ଅଟେ ଜଗତ ର ମିତ୍ର
ତା ଲାଗି ବରଷା ଆସେ ଏ ଧରାକୁ
ବିଧି ବିଧାନ ବିଚିତ୍ର
ଏତ ବିଧାତା ର ବଇଚିତ୍ର ।