ଶ୍ରମିକଟିଏ ମୁଁ
ଶ୍ରମିକଟିଏ ମୁଁ
ଶ୍ରମିକଟିଏ ମୁଁ ଶ୍ରମୁକଟିଏ
ଶ୍ରମ ଟି ମୋହର ସାଥୀ
ଶ୍ରମ ବିନା କିଛି ଜାଣିନାହିଁ ମୁଁ ଯେ
ଶ୍ରମ ବିନା ନାହିଁ ଗତି।
ମୋର ଶ୍ରମଦାନ ପାଇଁ କି ଜଗତେ
ସଭିଙ୍କ ମୁହଁ ରେ ହସ
ସ୍ଥାବର ଜଙ୍ଗମ ହସି ଉଠେ ପରା
ପାଇ ମୋହର ପରଶ।
ଜାତି ଭେଦ ଆଉ ଉଚ୍ଚନୀଚ ଭାବ
ଲିଙ୍ଗ ବର୍ଣ୍ଣ ର ପ୍ରଭେଦ
କରମ କରେ ମୁଁ କର୍ମେ ରଖି ମତି
ସଭିଙ୍କୁ ମଣଇ ଏକ।
ସବୁ ଦୁଃଖ ସହି ସବୁରି ମୁହଁ ରେ
ଫୁଟାଇବା ପାଇଁ ହସ
ଶ୍ରମିକଟିଏ ମୁଁ ମୋ ଜୀବନ ସାରା
ଜାରି ରଖିଛି ପ୍ରୟାସ।
ମୋର ଜୀବନ ର ଶେଷ ରକ୍ତବିନ୍ଦୁ
ଶରୀର ରେ ଥିବା ଯାଏ
କରିଯିବି କର୍ମ କର୍ମ ମୋର ଧର୍ମ
କରମ ର ଜୟ ଗାଏ।
ଶ୍ରମିକଟିଏ ମୁଁ ଶ୍ରମିକ ଟିଏ
ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ
(ଶ୍ରମିକ ଦିବସ ଉପଲକ୍ଷେ ଏଇ କବିତାଟି ସମର୍ପିତ)