ବସନ୍ତର ଆଗମନ
ବସନ୍ତର ଆଗମନ
ସିରି ସିରି ସିରି ବୋହିଯାଏ ଏଇ
ଖୋଲା ଆକାଶର ବାଆ
ଶୀତକାଳ ଯାଇ ,ମଧୁକାଳ ଆସେ
ଖୁସି ଲାଗଇତ ଆହା।
କୁହୁ କୁହୁ କୁହୁ ଗାଇଯାଏ ଏହି
କୋଇଲି କି ସୁଖେ ଆହା
କରୁଥାନ୍ତି ନାଟ ବିଚରି ଅମ୍ବରେ
ସୁନ୍ଦର ଦ୍ବିଜ ନୁଆ ନୁଆ।
ଖଞ୍ଜିଣୀ ବାଜଣା କଳ କଳ ରବେ
ବଜାନ୍ତି ସର ତଟିନୀ
ତୋଳନ୍ତି ମଧୁପେ ବସି ମଧୁଚକ୍ରେ
ସୁଧା ଗୁଞ୍ଜନ ରାଗିଣୀ।
ଝର ଝର ଝର ଝରିପଡେ ଦେଖ
ଚୁତ ବକୁଳ ତ ଆଜି
ଉଡିବୁଲେ ଟିକି ପ୍ରଜାପତି ଫୁଲେ
କିରଣରେ ଦେହ ମାଜି।
ସତେ କି ନିୟତି ହେଲା ଅନୁକୁଳ
ହରିଯିବ ଘୋର ଦୁଃଖ
ସରଗ ଭୁବନ ହୋଇଗଲା ସତେ
ମରତ ଦିଶୁନି ଦେଖ..
ରେ ମଧୁ ଏସନ ଫେରିଲୁ କି ତୁହି
ଫୁଲଣାଗୀତକୁ ଗାଇ
ଶୀତଳିତ ରୁକ୍ଷ ତାପିତ ଅନ୍ତର
ପୁଲକିତ ହେବି ମୁହିଁ।
ଚାହିଁ ଦେଲେ ଆଖି,ଆଜି ଯାଏ ଲାଖି
କହି ନୁହେଁ ତାର ଶୋଭା
ଚଉଦିଗେ ଖାଲି ହସି ଉଠୁଛିଲୋ
ଆହା ସେ କି ମନଲୋଭା।