ପ୍ରେମି କୁ ପ୍ରେମୀକା କେବେ ପାରେକି
ପ୍ରେମି କୁ ପ୍ରେମୀକା କେବେ ପାରେକି
ହେ ପ୍ରିୟେ!ସନ୍ଦେହ କରିଲେ ପ୍ରେମେ,
ଶିଥିଳ କି ହୁଏ ଏ ବଂଧନ
ଜନ୍ମ ଯାର ଅନ୍ତର ରୁ
ଏ ମମତା ବଂଚେ ଆଗୁ ମରଣୁଁ ମରଣ ।
ମରମ ର ଏ ଚରମ ବଂଧନ ପରମ
ତୁମେ ଜୀବନେ ମୋର ଚିର ଅଶୃ ସମ:
ମୁରଲୀର ରଂଧ୍ରେ ଯେହ୍ନେ ରାଗିଣୀ ଦୋଷର
ଶ୍ୟାମ ପାଶେ -ରାଈ ଯେହ୍ନେ ଅତି ଆପଣାର ।
ତବ ପାଖେ - ନିରିମାଖୀ
ସଖା - ସେଇପରି
ପ୍ରେମୀକୁ ପ୍ରେମିକା କେବେ ପାରେକି ପାସୋରି
ପଉଷର ଶେଷ ଯାମେ,କାକର ର ହେମାଳ ଚୁମେ
ଶେଫାଳି ଉଠୁଛି ଥରି,କାନନ କାନନ ଭ୍ରମେ
ତେତେବେଳେ ତନ୍ଦ୍ରାଭରା- ଏ ଦୁଇ ନୟନେ
ନାଚଇ ତୋହରି ଛବି -ଜାଣେ ମୁଇଁ ଯାଣେ
ତଥାପି ଏ ଅବୋଧିତ ମନ ହୁଏ ଭାରି
ତେଣୁ ପ୍ରିୟା ଶେଷ ବାରେ ନେଉଛି ପଚାରି
ଛଂଦହରା ତୁମ ପାଇଁ ବଂଚିବି କିପରି