ବିରହି ମନ
ବିରହି ମନ
କହ କହ ଦୟା ବହି କେମନ୍ତେ କାନ୍ଦୁ ତୁ ସହୀ, କେଉଁ ଦୁଃଖ ପାରା ବାରୁ ଏ ନୀର ଆଣି ।
ସେ କାନ୍ଦଣା ବସି ବାରେ, ଶିଖାଅ ବସି ମୋ ଦ୍ୱାରେ, ଶିଖାଅ ଗୋ ପ୍ରିୟେ !ତଵ ବିଷାଦ ବାଣୀ ।
ମହା ବିରହୀଣୀ ସାଜି, କନ୍ଦା ଅ ମୋତେ ଗୋ ଆଜି, ନୟନୁଁ ଗଡ଼ାଇ ଲୁହ ଲୋତକ ଧାରା ।
ଝର ଝର, ଝର ଝର, ଝରୁ ମୋ ନୟନୁଁ ନୀର, ଭାସି ଯାଉ ଅଶ୍ରୁ ଜଳେ ବକ୍ଷ ଟି ସାରା ।
ତିନି ଦିନ ହେଲା ମୁହିଁ,
ଦୁଃଖେ ଯାଇ ଅଛି ରହି,
ଭାବୁଅଛି ସଦା ମୁହିଁ, କେତେ କାନ୍ଦିବି ।
କାନ୍ଦଣା ତୋ ଆସୁନାହିଁ,
କାନ୍ଦି ମୁହିଁ ପାରୁନାହିଁ, ମନେ ମନେ କାନ୍ଦେ କଇଁ,କେତେ ସୁଣ୍ଡ୍ରିବି ।
ତୁହି କରି ଛଳ ଛଳ,
କରି ଏ ନେତ୍ର ଯୁଗଳ,
ଭସାଇ ବାରିଧି ତୁହି ଖେଳୁ ବହନେ ।
କ୍ରନ୍ଦନେ ଭସାଇ ଧରା
ନୂଆ ବର୍ଷ ପୂର୍ବୁ ପରା
ବହୁ ଅଛି ନୀର ମୋର, ସ୍ଥିର ନୟନେ ।
ଏକାକୀ ବସିଣ ମୁହିଁ,
ଆକୁଳ ଅଧୀର ମନେ,
ବସିଛି ଗଗନେ ଚାହିଁ, ଦୁଃଖିତ ମନେ ।
ମୋର ପାଇଁ କେହି ନାହିଁ,
କିଏ ବା ଶୁଣିବ କାହିଁ,
କାନ୍ଦି ବି ମୁଁ ପାରୁନାହିଁ,ମୁହଁ ଲୁଚାଇ ।
ଯେତେବେଳେ ଏହା ଭାବି,
ନିରୋଳା ରେ ମୁଁ କାନ୍ଦି ବି,
କାନ୍ଦିବାକୁ ଦିଏ ନାହିଁ, ଲଜ୍ଜ୍ୟା ମୋହର ।
ମରମ ଭୁବନ ଦହି, ବିରହେ ଚିର ବିରହୀ, କେମିତି ଝରୁ ମୋ ମୁଖୁ, ବିଷାଦ ଚିର ।