Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Brahma

Others

3  

Jharana Brahma

Others

ଦୀପାବଳୀ

ଦୀପାବଳୀ

1 min
602


ଦୀପାବଳୀ ଆସିବ ଝଲମଲ କରି

      ବାଣ ଆଲୁଅକୁ ଧରି,

ଘର ଅଗଣାରେ ଦେବା ଦୀପାବଳୀ

       ହସେ ଏଇ ଆମ ପୁରୀ  |


ବିଜେ ମହାକାଳୀ ଆଲୋକ ଦୀପରେ

      ପୂଜା ମଣ୍ଡପରେ ପରା,

ଆତସ ବାଜିର ଶବ୍ଦରେ କମ୍ପନ

          ଗଗନ ପବନ ଧରା       ।


ବଡ଼ ବଡୁଆଙ୍କ ପୂଜା ହୁଏ ପରା

         ଦୀବାଲି ପରବ ଦିନ,

ଘରର ମୁଖିଆ କାଉଁରିଆ ଜାଳି

          କରନ୍ତି ତାଙ୍କୁ ଆହ୍ଵାନ     ।


ଦୀପାବଳୀ ଦିନ ଗ୍ରାମ,ନଗରୀରେ

         ପୂଜା ହୁଅନ୍ତି ମା କାଳୀ

ଶୁଭାଶିଷ ଦେଇ, ଶାନ୍ତି ଦିଅ ମା ଗୋ

       ଘେନ ମୋର ପୁଷ୍ପାଞ୍ଜଳି    ।


Rate this content
Log in