ଦାରୁବ୍ରହ୍ମ ପରଂବ୍ରହ୍ମ
ଦାରୁବ୍ରହ୍ମ ପରଂବ୍ରହ୍ମ
(ରାଗ:- ଚୋଖି)
ଜଗନ୍ନାଥ ଦାରୁବ୍ରହ୍ମ ବିଶ୍ବପିତା ପରଂବ୍ରହ୍ମ
ଡାକୁଛି ପ୍ରଭୁ ତୋତେ ଅଜ୍ଞାନୀ ସନ୍ତାନ
ଘେନ ପ୍ରଭୁ ନିବେଦନ ଦେଖ ତୁ ଚକାନୟନ
ବୃଦ୍ଧ ଏ ବୟସ ମୋର ହୁଏ ଉଚ୍ଛନ୍ନ
ଦିଅ ବୈକୁଣ୍ଠପୁରେ ସ୍ଥାନ
କରୁଣା ତୁ କରହେ ପ୍ରଭୁ ନିରଞ୍ଜନ !!
ଯାହା କର୍ମ କରୁଅଛି ଦେଖୁ ଅଛୁ ଜଗା ନେତ୍ରେ
ଶାସ୍ତ୍ର ବର୍ଣ୍ଣିତ କର୍ମ ମନୁଷ୍ୟ କର୍ତ୍ତବ୍ୟ
ଇଚ୍ଛା ପ୍ରଭୁଙ୍କର ଯାହା କେଉଁ କର୍ମ ଫଳ ଅବା
ଦେବେ ନର୍କ ଅବା ବୈକୁଣ୍ଠର ଗୌରବ
ଜାଣିବ ଅଜ୍ଞାନୀ କିପରି
କର୍ମ କରୁଛି ପଥେ କର୍ତ୍ତବ୍ୟ କୁ ଧରି !!
ଆରାଧ୍ୟ ଅଟୁ କାଳିଆ ଏ ଜୀବନ ଅଟେ ତୋର
କର୍ମ କରୁଛି ଯାହା ନିର୍ଦ୍ଦେଶ ତୋହର
ଅନାଦି ଅନନ୍ତ ହରି ସୃଷ୍ଟିକର୍ତ୍ତା ପରଂବ୍ରହ୍ମ
କରୁଣା କର ପ୍ରଭୁ ବ୍ରହ୍ମାଣ୍ଡ ଠାକୁର
ଭକ୍ତି ପ୍ରୀତି ଶ୍ରଦ୍ଧା ଛାମୁରେ
ମନବାଞ୍ଛା ଟି ପୂର୍ଣ୍ଣ କର ତୁ ଭକ୍ତରେ !!
ଅଟେ ବୃଦ୍ଧ ଏ ବୟସ ମନ ହୁଏ ବିଚଳିତ
ଯନ୍ତ୍ରଣା କଷ୍ଟ ମୋର ସର୍ବାଙ୍ଗ ଶରୀର
ବୁଦ୍ଧି ଦିଶୁ ନାହିଁ କିଛି ପ୍ରାଣ ଆକୁଳ ବ୍ୟାକୁଳ
ଜ୍ଞାନ ଯେ ଶୁନ୍ୟ ପ୍ରଭୁ ହୁଏ ନିରନ୍ତର
ଦୟା କର ତୁ ନିରାକାର
ଜଗା କାଳିଆ ନାମ ଟି ଗଞ୍ଜୁ ଅନ୍ତର !!