Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract

3  

Chittaranjan Nanda

Abstract

ଏକତାର ପ୍ରତୀକ ପ୍ରଥମାଷ୍ଟମୀ

ଏକତାର ପ୍ରତୀକ ପ୍ରଥମାଷ୍ଟମୀ

1 min
397



ମାର୍ଗଶିର ମାସ କୃଷ୍ଣ ପକ୍ଷେ 

ଅଷ୍ଟମୀ ତିଥିର ପର୍ବ ଇଏ,

ନାମ ପ୍ରଥମାଷ୍ଟମୀ, ଘରେ ଘରେ 

ପୂଜାର ସମ୍ଭାର ହୁଏ ।


ଷଷ୍ଠୀଦେବୀଙ୍କ ପୂଜା, ଜ୍ୟେଷ୍ଠ ସନ୍ତାନ 

ଦୀର୍ଘ ଜୀବନ ପାଇଁ,

ପାର୍ଥକ୍ୟ ନଥାଏ ପୁତ୍ର ଅବା କନ୍ୟାରେ, 

ବିଶେଷତ୍ୱ ତ ଏହି ।


ଖିରି ଓ ହଳଦୀ ପତ୍ରରେ ଏଣ୍ଡୁରି ପିଠା, 

ନଡ଼ିଆପୁର ଥାଏ

ସଠି ମାଁଙ୍କ ଭୋଗ ନୈବେଦ୍ୟେ, ଦିନଟି 

ସବୁର ମନ ମୋହେ ।


ସେଦିନ,ଏଣ୍ଡୁରି ପିଠାର ପ୍ରସ୍ତୁତ ପାଇଁକି 

ଅଥlର ହାଣ୍ଡି ହୁଅଇ,

ସାତଦିନ ଯାଏଁ ଅଥlର ହାଣ୍ଡି ରହେ, ସାତ

ଦିନେ ଭଙ୍ଗା ହୁଅଇ ।


ଏହି ଅଷ୍ଟମୀ ବନ୍ଧୁ ସଂସ୍କୃତି ବହୁ କାଳରୁ ତ 

ରହି ଆସିଛି,

ମାମୁ ଘର ବସ୍ତ୍ର, ମିଠା, ପିଠା, ଓଡ଼ିଆ ଚଳଣି, 

ଏକତାର ପ୍ରତୀକ ହୋଇଛି ।


Rate this content
Log in

Similar oriya poem from Abstract