Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Abstract

4.0  

Sagar Kumar Parida

Abstract

ଗଛର ମହତ୍ତ୍ୱ

ଗଛର ମହତ୍ତ୍ୱ

1 min
168


ଆସ କୁନା,ମୁନା ,ଟୁନା, ସକଳ

ଲଗାଇବା ଗଛ ହୋଇଣ ମେଳ ।

ଗଛ ପରା ଆମ ପ୍ରକୃତ ମିତ

ଦିଏ ଫୁଲଫଳ ଆମକୁ ସେତ ।

ଅମ୍ଳଜାନ ଦିଏ ବଞ୍ଚିବା ପାଇଁ,

ଅଙ୍ଗାରକାମ୍ଳକୁ ହ୍ରାସ କରଇ ।

ବୃକ୍ଷ ଥିଲେ ଖରା ବାଧଇ ନାହିଁ

ନଥିଲେ ଦିଶଇ ଟାଙ୍ଗରା ଭୂଇଁ ।

ବୃକ୍ଷ ଭରପୂର ପୃଥ୍ୱୀ ସୁନ୍ଦର

ଲାଗଇ ପ୍ରାଣୀଙ୍କୁ ସରଗପୁର ।

ଧରଣୀର ଶୋଭା କରେ ବର୍ଦ୍ଧନ

ଜଳଚକ୍ର ତାର ଅମୂଲ୍ୟ ଦାନ ।

ମୃତ୍ତିକା କ୍ଷୟକୁ ରୋକେ ପାଦପ

ଆମ ପାଇଁ ତାର ମୂଲ୍ୟ ଅମାପ ।

ଗଛ ଦେହେ ଫୁଲ ଫଳ ସମ୍ଭାର

ଦେଖିଲେ ଆନନ୍ଦ ହୁଏ ସଞ୍ଚାର ।

ବୃକ୍ଷ ବିନା ଧରା ଶ୍ରୀହୀନ ଦିଶେ

ଉତ୍ତମ ବରଷା ନ ହୁଏ ଦେଶେ।

ବର୍ଷା ବିନା ହୋଇଥାଏ ମରୁଡି

ପ୍ରାଣୀ ଯାଉଥାନ୍ତି ଦୁଃଖରେ ସଢ଼ି ।

ଜଙ୍ଗଲ ସୁରକ୍ଷା କରିବା ଯେବେ

ବିଶ୍ୱତାପନରୁ ବଞ୍ଚିବା ତେବେ ।

ନ କାଟିବା ଗଛ କରିବା ଯତ୍ନ

ସେହି ପରା ଆମ ଅମୂଲ୍ୟ ରତ୍ନ ।

ଆଜିଠାରୁ ଆମେ ଶପଥ ନେବା

ନିଜ ପିଲା ପରି ଗଛ ପାଳିବା ।।



Rate this content
Log in

Similar oriya poem from Abstract