Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shibaram dalai

Abstract

3  

shibaram dalai

Abstract

ଟୋପାଏ ଆଶା

ଟୋପାଏ ଆଶା

1 min
193


ଯୋଗୀ ଗାଇଥାଏ  ଜୀବନର ଗୀତ

   କେନ୍ଦେରା ର ସୁରେ ସୁରେ

ମୋ ଜୀବନ ଗୀତ  ଏମିତି ବେସୁରା

    ଛନ୍ଦି ଛାନ୍ଦୀ ଖାଲି ହୁଏ ।


ତୁମ ଜୀବନରେ ମଳୟ ବହୁଛି

   ବସନ୍ତ ଆସିବା ପରେ

ଆଖି ପତା ମୋର  ନିଇତି ଭିଜୁଛି

    ଅଦିନିଆ ବରଷାରେ ।


ଝରା ଶେଫାଳି ତ  ଝରି ପଡ଼ିଥାଏ

   ରାତ୍ରି ର ଅନ୍ଧକାରେ

ମୋ ଜୀବନ ଆଜି ଶେଫାଳିଠୁ ହୀନ

     ଝରେ ପ୍ରତି ମୁହୂର୍ତ୍ତରେ ।


ଜୀବନରେ ମୋର ବିଞ୍ଚିଦେଲ କାହିଁ

    ପ୍ରେମ କୃଷ୍ଣଚୂଡ଼ା ଫୁଲ

କୃଷ୍ଣଚୂଡ଼ା ଆଜି  ପଳାଶ ସାଜିଛି

    ବଂଚିବା ର ନାହିଁ ମୂଲ ।


ତୁମେ ଗଲାପରେ ଜୀବନ ର ରାସ୍ତା

    କଣ୍ଟାରେ ଯାଇଛି ଭରି

ମୁଠାଏ ଜୀବନ ଯିଇବାକୁ ହେବ

    ଦୁଃଖ କୁ ନିଜର କରି ।


Rate this content
Log in

Similar oriya poem from Abstract