Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Tragedy Classics

4  

Sagar Kumar Parida

Tragedy Classics

ହେ ଗିରିଧାରୀ

ହେ ଗିରିଧାରୀ

1 min
395


ପାପ ପଙ୍କରେ ଗଲି ସରି ହେ,ଗିରିଧାରୀ

ମାଧବ କେଶବ ଶୁଣ ବିପଦ ମୋ ହେଲା ଭାରି।


ଶୁଣିଛି ମୁହିଁ କର୍ଣ୍ଣର ତୁମେ କରୁଣା ସାଗର

ତୁମ କୃପା ଯାହା ପରେ କି କରିବେ ତା'ର ଅରି ।


ମହାପାପୀ ଅଜାମ୍ବିଳ ଚରିତ୍ର ଯା'ର ଆବିଳ

ତୁମ ନାମ ମୁଖେ ଧରୁ ପ୍ରାପ୍ତ ବୈକୁଣ୍ଠ ପୁରୀ ।


ନର୍କ ମୁଖେ ପଡି ଗଜ ଡାକିଲା ହେ ଚତୁର୍ଭୁଜ

ଚକ୍ର ପେଶୀ ରକ୍ଷା କଲ ଶୁଣି ତାହାର ଗୁହାରୀ ।


ଆଜ ଏ ଦୁଃଖ ବେଳରେ ଶୁଣ ଡାକ ମୋର ଥରେ

ନ ଶୁଣିଲେ କ୍ଷମାନିଧି ଦୁଃଖରେ ହୋଇବି ଘାରି ।



Rate this content
Log in

Similar oriya poem from Tragedy