ଗୁରୁ
ଗୁରୁ
ତୁମରି ଚରଣେ କରୁଛି ପ୍ରଣାମ
ଘେନ ମୋର ନମସ୍କାର ।
ଅଜ୍ଞାନ ଅନ୍ଧାର ହଟେଇ,ଜାଳ ଜ୍ଞାନ ପ୍ରଦୀବ
ସଫଳ ଜୀବନ ପଥଯେ ଦେଖାଅ
ଦେଇ ଜ୍ଞାନ ପୁରସ୍କାର ।
ହୋଇପାରେ ଜଣେ ଡାକ୍ତର ଅବ ଇଂଜିନିୟର
ତୁମେ ଗଢିଥିବ ତୁମରି ହାତରେ
ଟୁମେ ଚଳନ୍ତି ଈଶ୍ୱର ।
ଧନୀ ବିଜ୍ଞାନୀ ହେଉ ଅବା ହେଉ ସିଏ ପଣ୍ଡିତ
ତୁମ ପାଇଁ ପାଏ ସେ ଆଖ୍ୟା ଓ ବ୍ୟାଖ୍ୟା
ତୁମେ ଯେ ଜ୍ଞାନ ଭଣ୍ଡାର ।
ତୁମରି ହାତରେ ଗଢା ଏହି ଶିକ୍ଷିତ ସମାଜ
ତଥାପି ନଥାଏ ଟିକେ ଅହଂକାର
ତୁମେ ସ୍ନେହର ସାଗର ।
ତୁମ ଯୋଗୁଁ ଛୁଟେ କଲମରୁ ମୋ କବିତା ଧର
ଜୀବନ ପଥରେ ଆଗେଇ ଚାଲିଛି
ପାଇ ଆଶିଷ ତୁମର ।
ତୁମ ଆଶୀର୍ବାଦ ହାତ ଥାଇ ସଦା ମଥରେ ମୋର
ଗୁରୁ ଦିବସର ପବିତ୍ର ବେଳରେ
ଏତିକି ମାଗୁଣି ମୋର ।