Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ହାତୀ ସୁରକ୍ଷା

ହାତୀ ସୁରକ୍ଷା

1 min
3



ହାତୀ ଭରା ରାଜ୍ଯ ଆମର ହାତୀ ଆମ ଗର୍ବ ଟି

ହାତୀ ପାଇଁ ଆମ ରାଜା ଯେ ଗଜପତି ବୋଲାନ୍ତି।

ପରିବେଶ ପ୍ରତି ବିପଦ ଯେଣୁ ବଢୁଛି ନିତି

ହାତୀ ମାନଙ୍କର ଜୀବନ ପ୍ରତି ବଢୁଛି ଭିତି ।

ଯତନ ନନେଲେ ହାତୀ ଯେ ଯିବେ ନିର୍ବଂଶ ହୋଇ 

ହାତୀ ଙ୍କ ଅଭାବ ଧରଣୀ ପାରିବନିରେ ସହି।୦!


ବିକାଶ ନାଁଆରେ ଜଙ୍ଗଲ ନିତି କଟା ହେଉଛି

ସେ ଲାଗି ହାତୀଙ୍କ ଆବାସ ସ୍ଥଳୀ କମିଯାଉଛି।

ଖାଦ୍ୟ ର ଅଭାବ ହେବାରୁ ପହ୍ଲ ପହ୍ଲକୁ ହାତୀ 

ଗାଁଆ ରେ ପସିତ ଲୋକଙ୍କୁ କଲବଲ କରନ୍ତି ।

ହାତୀ ମଣିଷ ଙ୍କ ବିବାଦ ଏବେ ପଡେ ବଳେଇ

ହାତୀ ଙ୍କ ଅଭାବ ଧରଣୀ ପାରିବନିରେ ସହି।୧!


ହାତୀ ଙ୍କ ପାଇଁକି ବିପଦ ସେତ ଚୋର ତସ୍କର

ହାତୀ ଦାନ୍ତ ପାଇଁ କରନ୍ତି ଦନ୍ତା ହାତୀ ଶିକାର।

ବିଜୁଳି ଆଘାତ ପୁଣି ଯେ ରେଳ ଗାଡ଼ି ଧକ୍କାରେ

ପ୍ରତି ବର୍ଷ ହାତୀ ମରନ୍ତି ହାତୀ ଚଲା ପଥରେ।

ହାତୀ ଙ୍କ ସୁରକ୍ଷା ପାଇଁକି ବେଳ ଆଖି ଠାରଇ

ଯତନ ନନେଲେ ହାତୀ ଯେ ଯିବେ ନିର୍ବଂଶ ହୋଇ ।୨!


ଜଙ୍ଗଲ ସୁରକ୍ଷା କରିବା ଗଛ କାଟିବା ନାହଁ

ଜଙ୍ଗଲ କରିବା ସୃଷ୍ଟି ଯେ ନୂଆ ଗଛ ଲଗାଇ।

ହାତୀ ଶିକାରୀଙ୍କୁ ଦେବାରେ ମିଳିମିଶି ଧରାଇ

ହାତୀ ଚଲା ପଥ ବିପଦ ମୁକ୍ତ କରିବା ଯାଇ।

ସହଯୋଗ କଲେ ସମସ୍ତେ ହାତୀ ମରିବେ ନାହିଁ 

ହାତୀ ଙ୍କ ସୁରକ୍ଷା ପାଇଁକି ଧ୍ଯାନ ଦେବାରେ ଭାଇ।୩!


Rate this content
Log in

Similar oriya poem from Abstract