ଜାନୁଆରୀ ଛବିଶି
ଜାନୁଆରୀ ଛବିଶି
ଜାନୁଆରୀ ଛବିଶି ଆସିଛିରେ ଆସିଛି
ଆକାଶରେ ତ୍ରିରଙ୍ଗା ମନ ଖୋଲି ହସୁଛି
ଦେଶ ହିତ ପାଇଁ ଆମ ସମ୍ବିଧାନ
କାର୍ଯ୍ୟକାରୀ ହୋଇଥିଲା ଏହି ଦିନ
ସବୁରି ହୃଦୟେ ଏହି ଦିନ ପରା
ସ୍ମୃତି ହୋଇ ରହିଛି
ଜାନୁଆରୀ ଛବିଶି ଆସିଛିରେ ଆସିଛି ।
ସମ୍ବିଧାନ ସ୍ରଷ୍ଟା ଆମ୍ବେଦକର
ରହିଥିବେ ପରା ଚିର ଅମର
ସମ୍ବିଧାନ ନୀତି ନିୟମ ମାନିବା
ସବୁବେଳେ ତା'ର ସୁରକ୍ଷା କରିବା
ସାଧାରଣତନ୍ତ୍ର ରାଷ୍ଟ୍ର ଭାରତର
ଆମେ ପରା ଅଧିବାସୀ
ଜାନୁଆରୀ ଛବିଶି ଆସିଛିରେ ଆସିଛି ।
ସୁଭାଷ ,ନେହେରୁ ଭଳି ଯେତେ ବୀର
କରିଥିଲେ ମୁକ୍ତ ଦେଶକୁ ଆମର
ତାଙ୍କ ଗୁଣ କୀର୍ତ୍ତି ଆମେ ସୁମରିବା
ହିଂସା ପଥ ଛାଡ଼ି ଅହିଂସାରେ ଯିବା
ଗାନ୍ଧିଜୀଙ୍କ ରାମ ରାଇଜ ସାକାର
କରିବାରେ ମିଳିମିଶି
ଜାନୁଆରୀ ଛବିଶି ଆସିଛିରେ ଆସିଛି ।
ଜାତୀୟ ପତାକା ଜାତିର ସେ ଚିହ୍ନ
ସବୁବେଳେ ତା'ର ରଖିବାରେ ମାନ
ଭାରତ ମାଆର ଆମେରେ ସନ୍ତାନ
ମାଟି ମାଆ ଲାଗି ଦେବାରେ ଜୀବନ
ମାତୃଭୂମି ମାତୃଭାଷା ମାଆପରି
ପୂଜୁଥିବା ଦିବା ନିଶି
ଜାନୁଆରୀ ଛବିଶି ଆସିଛିରେ ଆସିଛି ।