ଝିଅ ଟିଏ ତୁ, ପବନ ପକ୍କା...!
ଝିଅ ଟିଏ ତୁ, ପବନ ପକ୍କା...!
ଗୋଲ ମୁହଁରେ ନିଆରା, ଲାଗେ ଛୋଟ ତା'ର ଟିକା;
ଚିକ୍କଣ ଦିଶେ ଚେହେରା, ଯେମିତି ବାଜରା-ମକା;
ତା' ଆଗରେ ପଡିଯାଏ, ସୁନ୍ଦରତା ଯେତେ ଫିକା;
ଓଲଟି ଚାହାଁନ୍ତି ଦେଖି, ସଭିଏଁ ହୁଅନ୍ତି ଭେକା || ୧ ||
କଥା ଛୋଟ ମୋଟରେ ବି, ମୁହଁକୁ କରିବ ଫୁକା;
ଲଭିବା ଧ୍ୟାନ ତା'ର ଯେ, ବିରାଡ଼ି କପାଳେ ଶିକା;
ଆଗେ ପଛେ ବୁଲୁଥାନ୍ତି, ପଢା ସାଙ୍ଗ ଯେତେ ଟୋକା;
ପାଇଛି ଯଦି ବି ଭଲ, ଦେଇନି କାହାକୁ ଧୋକା || ୨ ||
କହିବ ଯଦି କେ ତାକୁ, "ଭେଟିବ କି ମତେ ଏକା";
ମାରିବ ତାକୁ ଚାପୁଡ଼ା, ଫୋପାଡି ପଥର ଟେକା;
ଉତ୍ତମ ମଧ୍ୟ୍ୟମ ପାଇବ, ଖାଇବ ଚପଲ ଶେକା;
ହେଇଛି ଘରେ ତା' ଯେଣୁ, ମନା ମନ କିଣା-ବିକା || ୩ ||
ହେଲେ ମାରିଥିଲା ଯିଏ, ମୁଖରେ ତା' ଏକ ମୁକା;
ଦେଇଥିଲା ହାତେ ଯିଏ, ଦେହକୁ ଶକତ ଧକା;
କାରଣ ପ୍ରେମ ବେପାରେ, ଥିଲା ସିଏ ଟିକେ ବୋକା;
ଭାଙ୍ଗି ଥିଲା ମନ ଯା'ର, ହଁ ନାଁ ତା'ର କନିକା || ୪ ||