ଜୀବନ ବଗିଚା ମାଳି
ଜୀବନ ବଗିଚା ମାଳି
ମନ ଅଗଣାରେ କେତେ ଫୁଲ ଫୁଟେ
ସ୍ମୃତି ହୁଏ ଝଡି ଆଶା ଫୁଲ କଢି
ଭାବନା ଫୁଲ କୋଣାର୍କ ଦିଏ ଗଢି
ରାତି ଫୁଲ ଯାଏ ସ୍ବପ୍ନ ପାଶେ ବଢ଼ି
ଅନେକ ବାସ ଛୁଟେ କାମନା ଫୁଲ ପେଡି
ମନ ଅଗଣାର ମାଳି ମନେ ପ୍ରେମ ଫୁଲ କଢି
ସକାଳୁ ବଢିଲେ ମଧ୍ୟାହ୍ନେ ଛିଡି ସାୟାହ୍ନେ ଗୁଡ଼ି
ଦୁଃଖ ଫୁଲ ସବୁ ନିଶବ୍ଦ ଘଡଘଡି ଆତୁରେ ରଡି
ସୁଖ ଫୁଲ ଯାଏ ବିତରି ଖୁସି ନଈବଢି
ଅଳପ ଦିନର ଅଗଣା ମହକେ ଫୁଲର ଦଉଡି
କେବେ ଫୁଟେ ଛୁଟେ ମିଟେ କିଏ ଯାଏ ଛିଡି
ପ୍ରେମ ଫୁଲ ଫୁଟି ଅଗଣାରେ ବଢ଼ି
ସାଇତି ସଙ୍ଗରେ ସ୍ନେହ ମମତା ପ୍ରୀତି ଫୁଲ କଢି
ଭାବରେ ଭକ୍ତିରେ ଅଶ୍ରୁ ନିଗାଡି ଫୁଟି ବାସ ଛୁଟି
ଯାଏ ଜୀବନ ଡ଼ଙ୍ଗା ଫୁଲ ଆଗକୁ ମାଡି
ଦୁଃଖ ଫୁଲ ଯେବେ ଫୁଟେ ଡାକିଆଣେ ନଈବଢି
କେବେ ବାତ୍ୟା ବନ୍ୟା ଦୁର୍ଘଟଣା
ବା ବାତାସ ଫୁଲ ଝଡି
ମନ ଅଗଣାରେ ମାନପକ୍ଷୀ ଯାଏ ଉଡି
ନିର୍ଜୀଵ ମାଳିଟା ରହିଥାଏ ପଡି
ବେଦନା ବିଧୁରା ସନ୍ତକ ଫୁଲ କଉଡ଼ି
ରଖିବାକୁ ସଜାଡି ବେଳ ଯାଏ ବୁଡି
ଜୀବନ ଅଗଣା ହସେ ଅବା କାନ୍ଦେ ଚାଲେ
ପିଢ଼ି ପରେ ପିଢ଼ି କେତେ
ଫୁଲର ସନ୍ଧାନେ ଭିଡିମୋଡି
ଶେଷ ଫୁଲ ବାସେ ମଲ୍ହାର ପରଶେ ଯମଦଉଡି
ନିଏ କେଣିକି ଭିଡି ଦେଖିବାକୁ
କର୍ତ୍ତବ୍ୟ କର୍ମ ଭାବ ଛଡ଼ି
ଶେଷ ଆଶା ଫୁଲ ଭଗବତ
ବିଶ୍ୱାସେ ନିଶ୍ୱାସ ଜାବୁଡି
ଜୀବନ ବଗିଚା ମାଳି ଟେକି
ଥାଳି ଧରେ ପ୍ରଭୁଙ୍କ କରୁଣା ବାଡ଼ି ।