Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Romance Action Inspirational

4  

Samar Ballav Bhoi

Romance Action Inspirational

ସ୍ମୃତିର ଅଭିଧାନ

ସ୍ମୃତିର ଅଭିଧାନ

1 min
277



ଅମାନିଆ ବିଗତ ଦିନର ସ୍ମୃତି ଗୁଡା

ବାରମ୍ବାର ଧକ୍କା ଦିଏ କେଉଁ ଅବୁଝା 

କଥାଟିଏ ପାଇଁ......

କିନ୍ତୁ ଅବୁଝା କଥାଟିର

ମାନେ ବୁଝି ହୁଏ ନା

କିଛି ମୂହୁର୍ତ୍ତ ପାଇଁ...... ‌।

ହୃଦୟର ପ୍ରତିଟି ସ୍ମୃତିର 

ଟୁକୁରା ଟୁକୁରା କଥାରେ 

ନୂତନତାର ସ୍ବର୍ଗ ଟିଏ ବସାବାନ୍ଧେ

ପୁଣି କେତେକାଳ ଝୁଲାଇ ଦେବାକୁ

ବିବଶ ହୃଦୟ ଟିକୁ

ଅଦୃଶ୍ୟ ଝୁଲଣରେ......।

ଅନେକ ଆଶାର କଢ ହୁଏ ପ୍ରସ୍ଫୁଟିତ

ସେହି ଅଦୃଶ୍ୟ ଝୁଲଣରେ ଝୁଲିଵା ମଧ୍ୟରେ

କେତେ ଅମାନିଆ ନୂତନତାର ଆଶାରେ

କେତେ ସପନର ବାଲୁକା ବେଳାରେ

ବସନ୍ତ ର ମୃଦୁମଳୟ ଅପେକ୍ଷାରେ....

ହୋଇଯାଏ ପ୍ରଶ୍ନବାଚୀ ଏ ବିବଶ ହୃଦୟଟା 

ଯଦି କେହି ଖୋଜେ ଥରେ 

ଏ ଅମାନିଆ ହୃଦୟକୁ 

ବିଗତ ସ୍ମୃତିର ଅଭିଧାନ ରେ

ଖୋଜି ହୁଏ ଦେଖିହୁଏ ସତ

କହିହୁଏ ହେଲେ ଫେରି ଆସେନି  

ହେଲେ ବୁଝି ହୁଏନା ସେ ଅର୍ଥ 

ଆସନ୍ତା କାଲିର 

ଅବୁଝା ମନର ବାକ୍ୟଟିଏ

ଲେଖିବା ପାଇଁ

ସେହି ଆସନ୍ତା ସ୍ମୃତିର

ପ୍ରଥମ ପୃଷ୍ଠାରେ......।।


Rate this content
Log in

Similar oriya poem from Romance