Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Fantasy

3  

Satyanarayan Sahoo

Fantasy

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
193



ଅବସ୍ଥା ଭେଦେ ଜୀବନ  

ଅନେକ ପର୍ଯ୍ଯାୟ

ଲଭି ଗତି କରି କେତେ

ଲାଭ ବିପର୍ଯ୍ଯୟ ॥


ଆହରଇ ବହୁ ଭାବେ

ବିବିଧ ସୁଷମେ

ଜୀବନର ଆଦ୍ଯକାଳ

ଶଇଶବ କ୍ଷଣେ ॥


ଘଟି ଯାଇ ଥାଏ ଯେତେ

ଭାବ ଅନୁଭୁତି

ସୁଖ ଦୁଃଖ ହସ କାନ୍ଦ

ଅଭିନବ ସ୍ମୂତି ॥


କେତେ କେତେ  ସ୍ବପ୍ନାବଳି

ବର୍ଣ୍ଣିଳ ବିଳାସେ

ଦେଖି ହସି ଖେଳି ଖୁସି

ଆମୋଦ ପ୍ରକାଶେ  ॥


ଅସୀମ ଭାବ ‐ଭଣ୍ତାର

ବିପୁଳ ‐ପ୍ଲାବନେ

ବିଧଉତ ସ୍ମୂତି ରାଶି 

ପୁଣି ଯଉବନେ ॥


ଆହରିତ ଅସରନ୍ତି

ଜ୍ଞାନ ଅନୁଭୂତି

ବାର୍ଦ୍ଧକ୍ଯ ସମୟେ ପୁଣି

ଜାଗ୍ରତ ହୁଅନ୍ତି  ॥


ଜରା ରଜଳନେ ପ୍ରାଣ

ହୁଅଇ ଅଥୟ

ଅନୁଭବେ ଏଜଗତ 

ଅତି ଦୁଃଖମୟ ॥


ଜରାଗ୍ରାସେ ଅଶକତ

ଲୋଳିତ ବିଗ୍ରହ

ବୋହି ରୋଗ ,ଶୋକ , ତାପେ 

ଦହି ଅହରହ ॥


ଜୀବନ ସଂଗ୍ରାମେ ବ୍ଯସ୍ତ

ଅସହାୟ ତାର

ତୋଳେ ପୂଣି କାରୁଣ୍ଯର

ପୂରବୀ ‐ଝଙ୍କାର ॥


କ୍ରମେ କ୍ରମେ ଆସେ ମୂତ୍ଯୁ

ଦୂତ ପଦକ୍ଷେପେ

ଲେଉଟିବ କେଉଁ ଦିନ

ନଜାଣଇ ଆପେ  ॥



Rate this content
Log in

Similar oriya poem from Fantasy