Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others

3  

Prabhati Mahapatra

Inspirational Others

ଜୟ ମା ପଦ୍ମାଳୟା

ଜୟ ମା ପଦ୍ମାଳୟା

1 min
363



ଆମୋଦ ଦାୟିନୀ ଶାନ୍ତି ପ୍ରଦାୟିନୀ

ଆସ ମା ଗୋ ପଦ୍ମାଳୟା

ଆବୃତ୍ତି କି ଅବା  କରିବି ତୁମେ ମା

ଆଶିଷରେ ରଖ ଦୟା ।

ଆରାଧନା କରି   ବସିଛି ଆଜି ମା

ଆର୍ଦ୍ର ମୋର ନେତ୍ର ଦୁଇ

ଆମୂଳ ଚୁଳ ମା   କି ବର୍ଣ୍ଣିବି ଆଜି

ଆଶା ପସରାକୁ ଥୋଇ ।

ଆସୀନ ଆରୁଢ  ଶ୍ରୀହରି ପାର୍ଶ୍ଵରେ

ଆଖ୍ୟ କି ଖୋଲିବା ଶୋଭା

ଆହୁଲା କ୍ଷେପଣୀ  ତୁମ ମୋର ମା

ଆବିଷ୍ଟନୀ ଜ୍ୟୋତି ଆଭା ।

ଆପ୍ୟାୟିତ ହୁଅ  ନିରାଶ୍ରୟୀ ଠାରେ

ଆତ୍ମଜା ଭାବିଣ ହୃଦେ

ଆତଙ୍କିତ ପ୍ରାଣ ଶାନ୍ତ ହେଉ ମା ଗୋ

ଆତୁ ମୋର ରଖ ପାଦେ ।



Rate this content
Log in

Similar oriya poem from Inspirational