Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others Children

4  

Prabhati Mahapatra

Inspirational Others Children

ପୋଦିନା

ପୋଦିନା

1 min
313



ସଂଜୀବନୀ ପ୍ରାୟେ ପୋଦିନା ବଲ୍ଲରୀ

ଏ କଥା ନୁହେଁ ତ ମିଥ୍ୟା

ଉଦର ଜ୍ୱଳନ  ଦୂରୀଭୂତ କରେ

ମନରୁ ଲିଭଇ ବ୍ୟଥା ।


ବିବିଧ ଉପାୟେ  ଉପଯୋଗ କଲେ

ପ୍ରାପ୍ତ ହୁଏ ଉପକାର

ଅବେଳରେ ସିଏ   ବାଡିବଗିଚାରେ

ବନ୍ଧୁ ରୂପେ ସିଏ ସାର ।


ଆମ୍ବ ପୋଦିନା କୁ   ସମିଶ୍ରଣ କରି

ଯେବେ ଦେବ ତୁମେ ଫେଣ୍ଟି

ଲାଳାୟିତ ମନ  ଛୁଟୁ ଥାଏ ଯେହ୍ନେ

ନାହିଁ ତା'ର ମାପକାଠି ।


ସରବତ ଯେବେ ମନେ ଉଙ୍କି ମାରେ

ଦୁଇଟା ପୋଦିନା ତୋଳି

ଦହି ସଙ୍ଗେ ତାକୁ    ମଥନ କରିବ

ସୁସ୍ବାଦୁ ଯେ ଭଳି ଭଳି ।


ମାଟିରେ ତା ବାସ   ମନ ତା ହରଷ

ସଭିଙ୍କ ସେନେହ ପାଏ

ରୂପ ସିନା ତୁଛ   ସୌରଭ ମହାନ୍

ଏହି ଠାରୁ ବୁଝା ଯାଏ ।


ସାଗୁଆ ସୁନ୍ଦରୀ    ମହକତା ଭାରି

ଆମେ ତା'ର ଗୁଣେ ଖୁସି

କୁଞ୍ଚି କୁଞ୍ଚି ତା'ର   ଶୋଭା କିଶଳୟ

ଆନନ୍ଦ ଦିଏ ପରଷି ।


ପେଟକୁ ଶୀତଳ   ମନକୁ ସେ ବଳ

ଥାଳିକୁ ଆଦର ହୋଇ

ସକଳ ଜୀବନେ  ପ୍ରାଣ ସଂଚାରିତେ

ସହଯୋଗ କରୁ ଥାଇ ।


Rate this content
Log in