Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ତ୍ୟାଗ

ତ୍ୟାଗ

1 min
189



ଜୀବନ ଧରି   ବଞ୍ଚିବା ଏହି

ବଡ଼ ନୁହେଁ ରେ ଭାଇ

ଜନ୍ମିଛୁ ଯେବେ କିଛି କର୍ତ୍ତବ୍ୟ

କର ତୁ ହାତେ ନେଇ ।


ଦେଶ ସେବାକୁ  ମହତ ଭବି

ଯେବେ ଚାଲିବୁ ପଥ

ଅମ୍ବରେ ଦିନେ  ଭାସି ଉଠିବ

ତୋର ଅମ୍ଳାନ ରଥ ।


ବୀର ମାତାଙ୍କ  ଆଶିଷ ବଳେ

ହେବୁ ତୁ ବଳିୟାନ

ବୃଥା ନଯିବ   କରମ ଯାତ୍ରା

କିଅବା ବଳିଦାନ ।


ହଳ ଲଙ୍ଗଳ    ଭାବିବୁ ତୁହି

କାନ୍ଧରେ ବନ୍ଧୁକ ଭାର

ଚାଷୀ ଯୋଗାଏ ପେଟକୁ ଦାନା

ତୁହି ସୁରକ୍ଷା ତା'ର ।


ତ୍ରିରଙ୍ଗା ଝଣ୍ଡା ଦେଖିଲେ ତୋର

ମଥା ଯାଉ ରେ ନଇଁ

ସମର୍ପି ଦେବୁ  ଜୀବନ ତୋର

ମାତୃଭୂମିକୁ ଚାହିଁ ।



Rate this content
Log in

Similar oriya poem from Inspirational