Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

କିପାଇଁ ସଭ୍ୟତା ବିପଦେ

କିପାଇଁ ସଭ୍ୟତା ବିପଦେ

1 min
287


ଗଛଲତା କାଟିଲେ ଜଙ୍ଗଲ ସଫା କରି ଦେଲେ,

ଆଉ କିଛି, ବାତ୍ଯା ଭାଙ୍ଗି ଦେଲା

ଫଳ ସ୍ୱରୂପ ଆମ ମାନଂକୁ ସମସ୍ତ ପ୍ରକୃତିଦତ୍ତ 

ବନ୍ୟ ଜାତ ଦ୍ରବ୍ୟ ଆଉ ନମିଳିଲା ।


କିଛି କଳ କାରଖାନା ଗଢା ହୋଇ ଚାଷ ଜମି 

ସବୁ ହୋଇଛି ଛାରଖାର 

ଅଗଣିତ ମୋ ଚାଷୀ ଭାଇ ଜମି ଅଭାବରେ

ହୋଇଛନ୍ତି ତ ବେକାର ।


ଜୀବନ ବଂଚିବାର ସଂଗ୍ରାମେ ଯାଏ, ଗାଁର 

ଯୁବକ ଦୂରକୁ ଦାଦନ ହେବାକୁ

ବେକାର ଯୁବକ, ଗାଁରେ ଘୃଣ୍ୟ ରାଜନୀତିରେ 

ବାଛେ ଅହରହ ବିତଣ୍ଡା ଯୁକ୍ତ ତର୍କକୁ ।


ପାଇଛେ ପରା ସ୍ୱାଧୀନତା, କହିବାର ଅଧିକାର,

ସଭିଏଁ ନିଜକୁ ଭାବନ୍ତି ସମ୍ରାଟ ଏଠି 

ମନେ ଅହଙ୍କାର ହିଂସା ପ୍ରତି ହିଂସା ମନ୍ଦବୁଦ୍ଧି ଭର୍ତ୍ତି,

ନାହିଁ ଭାତୃଭାବ, ସେ ଅତୀତର କୀର୍ତ୍ତି ।


ଆସିଲେ ଗାଁକୁ ଶୁଣୁଛେ ଖଣ୍ଡି ହିନ୍ଦୀ କୁହା ବଡ 

ବଡ ମନ ଗଢା ବାଣୀ

ମୋବାଇଲ ଧରି ଭାବେ ହାତ ମୁଠାରେ ଦୁନିଆ, 

ସଂସ୍କୃତି ତ ନିଶ୍ଚିହ୍ନ ହେଲାଣି ।


ମୁଖରୁ ସ୍ଫୁରଇ ସଦା ଶାଣିତ ବଚନ, ସମାନ୍ଯ 

କଥାରେ ରକ୍ତ ରଂଜିତ ହୁଏ ଗାଁ ଭୂଇଁ 

ଆମର କେଉଁଠି ଭୁଲ ହୋଇଛି ? ଦେଶପ୍ରେମୀ 

ଜନ ସାଧାରଣ ଦିବା ନିଶି ଭାବୁ ଥାଇ ।


ଆଜାଗାରେ ଘାଆ ଦେଖାଇ ହୁଏନି, ସେହିପରି, 

ପୁଂଜିପତି ହେବାକୁ, ଭାଂଗିଛେ ନିୟମ ପ୍ରକୃତିର 

କଷଣ ଭୋଗୁଛେ, ସଭିଏଁ ଭୀତତ୍ରସ୍ତ, ସାମାଜିକ 

ଦୂରତା, ମାସ୍କ ସାନିଟାଇଜ଼ର ହୁଏ ବ୍ୟବହାର ।


ନିଶ୍ଚିତ କରିଛେ ଭୁଲ, କରି ବିବର୍ଣ୍ଣା, ଵିଵସ୍ତ୍ର

ସବୁଜ ଶ୍ୟାମଳା ଧରିତ୍ରୀ ମାତାକୁ 

ବନ୍ୟା ବାତ୍ୟା ମରୁଡ଼ି କରୋନା ଗ୍ରାସିଲାଣି, 

ଆଉ କଅଣ ଅଛି ବୁଝିବାକୁ ମନୁଷ୍ୟକୁ ।


ମନରେ ଦୃଢ ଭାବେ ରଖ, ଯେତିକି ଜଂଗଲ

ଅଛି ଆମରି ଦେଶରେ

ସୁରକ୍ଷା କରିବା ଦୃଢ ମନୋବଳେ, ପରିବେଶକୁ

ସଜାଡିବା, ଜିତିବା ଲକ୍ଷ୍ୟରେ ।


ଲଗାଇବା ଆଜିଠୁଁ ଆମ୍ବ, ନିମ୍ୱ, ବେଲଗଛ, 

ବାଡ଼ିପଛ ପଟେ ଆଉ ବାଡ଼ି ଅଗଣାରେ 

ରୋପିବାକୁ ହେବ ଆମ୍ବ, ଦେବ ଦାରୁ, ଜାମୁ

କୋଳି ଓ କରଞ୍ଜର ଗଛ ଖାଲି ଜାଗାରେ ।


ଚାଷ ଜମିକୁ ଧାନ, ଗହମ, ମୁଗ, କୋଳଥ, 

ବିରି, ମାଣ୍ଡିଆ ଗଛରେ ଭରି ଦେବା

ବାଡ଼ି ପଛ ଜାଗାରେ କୋଶଳା କି ଲେଉଟିଆ, 

ଜହ୍ନି କାକୁଡ଼ି, ମଞ୍ଜିକୁ ବୁଣିବା ।


ଜପିବାକୁ ହେବ ପୁଂଜିବାଦ ଚିନ୍ତାଧାରା ପରିବର୍ତ୍ତେ  

ପରିବର୍ତ୍ତନବାଦର ନୂଆ ମନ୍ତ୍ର

ଏକ ସଂଗ୍ରାମୀ ଆହ୍ୱାନ ଦରକାର ସୁପ୍ତ ମାନସରେ, 

ସୃଷ୍ଟି କରିବାକୁ ସଚେତନତାର ସୂତ୍ର ।


Rate this content
Log in

Similar oriya poem from Inspirational