Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manisha Biswal

Abstract Others

4  

Manisha Biswal

Abstract Others

କରୋନା

କରୋନା

1 min
226


ଝରକା ରେଲିଂ ଆରପଟେ,

କାନ୍ଥ ର ଅପର ପାର୍ଶ୍ୱ ରେ 

ଏବେ ଗଢି ଉଠିଛି ଭିନ୍ନ ଏକ ପୃଥିବୀ..!

ଭିନ୍ନ ଏକ ଆକାଶ,

ଯେଉଁଠି ସହର ର ନିୟନ ଆଲୁଅ ଗୁଡାକ ରେ 

ମିଶିଛି ଭୟ ମିଶା ଅନ୍ଧାର;

ବଦଳି ଯାଇଛି ସହର ର ସିଲହଟ

ରାତି ର ସଂଜ୍ଞା ଓ ତାରା ର ରଙ୍ଗ ||


ଛ ମାସ ବିତିଗଲାଣି...!

ଗୋଟିଏ ଜହ୍ନ ସହ,

ରାତି ପାହିବ କି ନା ତା ମଧ୍ୟ ସନ୍ଦେହ;

ପବନ ରେ ଭାସୁଛି ମଲା ଦେହ ର ଗନ୍ଧ 

ଦିଗବଳୟ ରେ ଭାସୁଛି ଯୁଦ୍ଧ ର ବିଭୀଷିକା ||


ପ୍ରକୃତି ତା ଆଖି ରୁ କଳାପଟି ଖୋଲି 

ଅସ୍ତ୍ର କରିଛି ଭୁତାଣୁ କୁ.,

ଗୃହବନ୍ଦୀ କରିଛି ଅହଂକାର ଔଦ୍ଧତ୍ୟ କୁ 

ନିରବି ଯାଇଛି ନଈ ରାସ୍ତା ଓଭରବ୍ରିଜ 

କେବଳ ନିଜ ଭିତରେ ଆର୍ତ୍ତଚିତ୍କାର 

ନିଜ ପାରିଲା ପଣିଆ ଉପରେ ଧିକ୍କାର ||


ଜରି ପଲିଥିନ ରେ ଭର୍ତି 

ଅନ୍ଧାର ରୁ ଫର୍ଦ୍ଧେ ଫର୍ଦ୍ଧେ ଲେଖା ଚିଠି 

ଜୀବନ ଜଂଜାଳ ରୁ ମୁଠେ 

ଦୂରତା ହିଁ ଏବେ ପାଖରେ ରହିବାର ଏକମାତ୍ର ଡାଳ 


ଅଭିମାନ ରେ ଲୁଚିଛି ବାଦଲ 

କେଉଁଠି ନା କେଉଁଠି ଲୁଚିଯାଇଛି 

ଗରିବ ଓ ଧନୀ ର ପ୍ରତିଯୋଗିତା

ଜାରି ରହିଛି ହାହାକାର ର ଗୁଞ୍ଜନ

ଆତ୍ମୀୟ ଙ୍କୁ ହରେଇ;

କିନ୍ତୁ ଜାରି ରହିଛି ଆଲୁଅ ପାଇଁ ଅପେକ୍ଷା

ଏବେ ବି 

ଝରକା ରେଲିଂ ଆରପଟେ ||



Rate this content
Log in

Similar oriya poem from Abstract