ମା
ମା
ଗପ ଗପ କହି କହି ଲକ୍ଷେ ଜହ୍ନକୁ
ଆଣି ମୋ ହାତେ ଧରେଇ ଦଉ
କାହାର ନଜର ଲାଗିବା ଆଗରୁ
ତୁ ମତେ ଘୋଡ଼େଇ ଦଉ
କାଳକାନ୍ହୁ ମୁ ତୋର
ତୁ ଯଶୋଦା ପରି ମା ମୋର
ତୋ ଗର୍ଭରୁ କାଢି ମତେ
ଆଣି ଦେଖେଇଲୁ ରେ ସଂସାର
ତୋ ହାତ ମୋ ମଥାରେ ରହିଥିଲେ
ପାଦ ଧୁଳି ତୋର ନଉଥିଲେ
ମୁଁ କିଛି ଖୋଜିବିନି
ମା ତୋ ବିନା ମୁ ରହିପରିବିନି
ସିଂହାସନରେ ବସିବାକୁ କରେ ଯେ ଲୋଭ
ସିଏ ମା କୋଳରେ ବସିବାରେ ଜାଣିନୀ ଲାଭ
ନମିଳୁ ପଛେ ମୋ ଭାଗ୍ୟରେ ଟିକିଏ ଶୁଭ
ମୋ ପାଖରେ ଥିଲେ ମା ଲୋ ମୋର ହଜାରେ ଲାଭ
ତୋ ପଣତେ ଅଛି ମୋର
ବୋଧେ ଝୁଲଣାର ନିଦଘର
ସେ ପଣତେ ଶୋଇଗଲେ
ଦୁଖ ଲାଗେ ସୁଖ ପରି ମୋର
କଥା ସବୁ ତୋର ମିଠା ମିଠା
ମିଠା ମିଠା ପୁଣି ଏତେ ମିଠା
ମୁ କହିପରିବିନି
ମା ତୋ ବିନା ମୁ ରହି ପରିବିନି
ତୋ ଆଖି ତାର ଆଜି ତତେ ଝୁଡ଼ୁଛି ପରା
ଖରାବାଜିଲେ ଦଉଥିଲୁ ମତେ ତୁ ଛାଇ
ମତେ ମଣିଷ କରି ଗଲୁ ତୁ ଫେରି
କାହା ଲୋ କାଇଁ
ଶୁଣିଥିଲି ଗଛ ଥିଲେ
ଡାଳ ଆପେ ଆପେ ହବ କଅଁଳି
ଏ ପୃଥିବୀ ଚାହେଁ ନାହିଁ
ମୋତେ ଲୋଡ ଖାଲି ମୋ ମା
ପାଉଁଶ ତଳୁ ଉଠି ଆରେ ଫେରି
ଧନ ଧନ ମତେ କହରେ ଥରେ
ମୁଁ ଜମା କାନ୍ଦିବିନି
ମା ତୋ ବିନା ମୁ ରହି ପାରିବିନି ।।