ମାଆଲୋ ବିରଜା
ମାଆଲୋ ବିରଜା
ମାଆ ଲୋ ବିରଜା ଦକ୍ଷଙ୍କ ତନୁଜା
ମାତା ସତୀ ନାମ ନେଇ
ଅର୍ପିଲ ଜୀବନ ଶିବଙ୍କ ଚରଣେ
ପତି ରୂପେ ତାଙ୍କୁ ପାଇ
ମାତା ତୁମେ ମହାମାୟୀ l0l
ପିତା ଯଜ୍ଞ କଲେ ଦକ୍ଷ ପ୍ରଜାପତି
ଶିବଙ୍କୁ ଦେଲେ ସରମ
ରାଗ ଅଭିମାନ ଶୁଝାଇଲେ ପିତା
ଭୁଲିତ ବାତ୍ସଲ୍ୟ ପ୍ରେମ
ସର୍ବ ଦେବଦେବୀ ବରିଲେ ଯଜ୍ଞଙ୍କୁ
ଶିବଙ୍କୁ ବରିଲେ ନାହିଁ l1l
ଦୁଃଖ କରି ମାତା ଶିବଙ୍କ ଚରଣେ
ଯିବା ପାଇଁ କଲେ ଅଳି
କ୍ରୋଧ ଶାନ୍ତ କରି ମାତାଙ୍କ ବଚନେ
ସମ୍ମାନକୁ ଦେଲେ ବଳି
ବରଣୀ ନ ପାଇ ଯଜ୍ଞ ସ୍ଥଳେ ଯାଇ
ବିଜେ ସତୀ ସାଥେ ନେଇ l2l
ଦକ୍ଷ ପ୍ରଜାପତି ଦେଖି ଯଜ୍ଞ ସ୍ଥଳେ
ଶିବେ ଦେଲେ ଅପମାନ
କ୍ରୋଧେ ସତୀ ମାତା ଝାସ ଦେଇ କୁଣ୍ଡେ
ହାରିଲେ ସେଠାରେ ପ୍ରାଣ
ତାଣ୍ଡବ ରଚିଲେ ଡମ୍ବରୁ ବଜାଇ
ପ୍ରଭୁ କ୍ରୋଧେ ବଶ ହୋଇ l3l
ତିନିପୁର ହେଲା କ୍ରୋଧେ ଥରହର
ଶିବଙ୍କ ତାଣ୍ଡବ ନୃତ୍ୟେ
ସତୀଙ୍କର ପିଣ୍ଡ କରି ଖଣ୍ଡ ଖଣ୍ଡ
ଫିଙ୍ଗି ଦେଲେ ନିଜ ହାତେ
ପଡି ଯାଜପୁରେ ସତୀ ଅଂଶ ଯାଇ
ସୃଷ୍ଟି ହେଲେ ବିରଜାଇ l4l